*”ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଘେରିଲେ ଜେଟିଏସ ଶିକ୍ଷକ,ଦରମା ନଦେଲେ ବନ୍ଦ ହେବ ଶିକ୍ଷା କାର୍ଯ୍ୟାଳୟ! ପ୍ରତିକ୍ରିୟା ବିହୀନ ଶିକ୍ଷା ବିଭାଗ ::*

ବରଗଡ:୧୭/୧୧(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅତାବିରା ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ବ୍ଲକର ୩୬ଜଣ ଜେଟିଏସ ଶିକ୍ଷକ/ ଶିକ୍ଷୟିତ୍ରୀ ଓ ଏସ୍କ କ୍ୟାଡର ୪୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ବିଭାଗକୁ ଦରମା ପ୍ରଦାନ ପାଇଁ ଲିଖିତ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଶିକ୍ଷା ବିଭାଗ ନୀରବ ରହୁଛି l
କେତେବେଳେ ଏକାଉଣ୍ଟେଣ୍ଟ ନଥିବା ଦର୍ଶାଇ ତ ଆଉ କେତେବେଳେ ସର୍ଭର ଡାଉନ୍ ର ଆଳ ଦେଖାଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଫେରାଇ ଦେଉଛନ୍ତି।ଏପରିକି ନିଜ ପେଟ ପାଇଁ ଓ ନିଜର ହକ୍ କୁ ବଞ୍ଚାଇବା ପାଇଁ ଅନେକ କାର୍ଯ୍ୟ କରିବା ପରେ କିଭଳି ଭାବେ ନିଜର ଜୀବିକା ନିର୍ବାହ କରି ପରିବାର ପରିପୋଷଣ କରିବେ ସେନେଇ ଘାଣ୍ଟି ହେଉଛନ୍ତି ଏହି ଶିକ୍ଷକ ସମାଜ।ଶେଷରେ ଅତି ଅସହ୍ୟ ହୋଇପଡ଼ି ଆଜି ସେପ୍ଟେମ୍ବର/ଅକ୍ଟୋବର ଦରମା ପ୍ରଦାନ କରାଯାଉ ବୋଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ଘେରି ରହିଥିଲେ।ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗଙ୍କ ସହ ପ୍ରଥମେ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ଏମାନଙ୍କ ପ୍ରାପ୍ୟ ବିଷୟରେ ଆଲୋଚନା କରିବା ପରେ ଶ୍ରୀଯୁକ୍ତ ବାଗ ଧାରଣା ସ୍ଥଳକୁ ପହଞ୍ଚି ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଯୋଗାଯୋଗ କରି ଖୁବ୍ ଶୀଘ୍ର ଦରମା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ହେଲେ ଆସନ୍ତା କାଲି ସୁଦ୍ଧା ଯଦି ଦରମା ପ୍ରଦାନ କରାନଯାଏ ତେବେ ଶିକ୍ଷା କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଜେ ଟି ଏସ ଶିକ୍ଷକ ସଂଘ ଚେତାବନୀ ଦେଇଥିବା ଜଣା ପଡ଼ିଛି।

