ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପ କାର୍ଯ୍ଯ ତ୍ବରାନ୍ବିତ କରିବା ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ଉପରେ ପ୍ରାଥମିକତା ଦେବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ଯମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ବିଭାଗ ସମ୍ବନ୍ଧିତ ସମସ୍ତ ଅଭିଯୋଗ ଗୁଡିକର ତର୍ଜମା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଛି। ତନ୍ମଧ୍ୟରୁ ୧୫୬ ଗୋଟି ବ୍ରିଜ ପାଇଁ ୧୨୩୧.୩୬ କୋଟି, ୪୫ ଗୋଟି ରାସ୍ତା ପ୍ରକଳ୍ପ ପାଇଁ ୨୯୨.୭୩ କୋଟି ବ୍ୟୟ ଅଟକଳ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୨ ଗୋଟି ପ୍ରକଳ୍ପର କାର୍ଯ୍ଯ ସମ୍ପୁର୍ଣ୍ଣ ହୋଇଥିବା ବେଳେ ୪୬ଟିର ଟେଣ୍ଡର ପ୍ରକ୍ରିୟା ଏବଂ ୩୭ ଗୋଟିର ଡିପିଆର ପ୍ରସ୍ତୁତି ସମାପ୍ତ ହୋଇଛି।
ବିଜୁସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପ ଗୂଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ଆପ୍ରୋଚ ରୋଡ ଗୁଡିକୁ ଆସନ୍ତା ଅକ୍ଚୋବର ଶେଷ ସୁଧା ସାରିବାକୁ ବୈଠକରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା
