Spread the love

ଘଡ଼ଘଡି ବିଜୁଳିର ପ୍ରକୋପରେ ହୁ ହୁ ହୋଇ ଜଳିଗଲା ଜିଅନ୍ତା ଗଛ।

କେନ୍ଦୁଝର ଜିଲ୍ଲାର ଯୋଡା ପୌରପାଳିକା ତଥା ଯୋଡା ଥାନା ଅର୍ନ୍ତଗତରେ ଏକ ବିଶାଳ ଗଛ ଜଳିବାର ଦୃଶ୍ୟ ସାମ୍ନାକୁ ଆସିଛି, ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ୫୨୦ନମ୍ୱର୍ ଜାତୀୟ ରାଜପଥ ଯୋଡା ରଣାଶାଳ ଘାଟି ନିକଟରେ ଶନିବାର ସନ୍ଧ୍ୟାରେ ଘୋର ବର୍ଷା ସାଙ୍ଗକୁ ଘଡ଼ଘଡି ଓ ବିଜୁଳି ରେ ଏକ ବିଶାଳକାୟ ବୃକ୍ଷ ହୁ ହୁ ହୋଇ ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା, ବର୍ଷା ସତ୍ତ୍ୱେ ଗଛଟି ତଳୁ ଉପର ପର୍ଯ୍ୟନ୍ତ ଏତେ ପ୍ରଖର ହୋଇ ଜଳୁଥିଲା ଯେ ଯିଏ ଏହି ରାସ୍ତାରେ ଯାଉଥିଲେ, ଘଡ଼ିଏ ଅଟକି ଯାଇ ଏହି ଦୃଶ୍ୟକୁ ନିଜ କ୍ୟାମେରା ରେ କଏଦ କରିବାକୁ ପଛାଉନଥିଲେ ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତଭାରତ ନିଉଜ।

Leave a Reply

Your email address will not be published. Required fields are marked *