Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଘରପୋଡି ପରିବାର କୁ ସାହାଯ୍ୟ କଲେ ଶ୍ରୀ ସାରଥୀ ପରିବାର

 

 

ଜେ ବି ଏନ, ୦୬/୦୪ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ସୋର ବ୍ଲକ ଅନ୍ତର୍ଗତ ନଦୀ ଗାଁ ଶାସନ ରେ ଗତ ୧_୦୪_୨୦୨୧ ତାରିଖ ରାତି ୧୧ଟା ୧୫ମିନିଟ ସମୟରେ ରମାକାନ୍ତ ମିଶ୍ର ଙ୍କ ଘର ସଂପୂର୍ଣ୍ଣ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଏଥିରେ ତାଙ୍କର ଲକ୍ଷାଧିକ ଟଙ୍କା ର ଆସବାବପତ୍ର ସବୁ ପୋଡ଼ି ପାଉଁଶ ହୋଇଯାଇଛି। ତାଙ୍କ ପରିବାର ଲୋକେ ଏଥିରେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏପରି ପରିସ୍ଥିତିରେ କୈାଣସି ସରକାରୀ କର୍ମଚାରୀ ମାନେ ପହଞ୍ଚି ନାହାନ୍ତି।ଓ ସାହାଯ୍ୟ ମିଳିପାରି ନାହିଁ। କିନ୍ତୁ ଏଭଳି ପରିସ୍ଥିତିରେ ଶ୍ରୀ ସାରଥୀ ପରିବାର ସୋର ଙ୍କ ତରଫରୁ ନଗଦ ୫୫୦୦ ଟଙ୍କା ପ୍ରଦାନ କରାଯାଇଛି। ପ୍ରଦ୍ୟୁମ୍ନ କୁମାର ରାୟ,ଉଦୟ ନାରାୟଣ ଚଣ୍ଡ, କାର୍ତ୍ତିକ ଚଂଦ୍ର ବ୍ରହ୍ମ, ବାବୁଲି ସାହୁ,ଶରତ କୁମାର ଜେନା, ଗଦାଧର ବରାଳ, ରମାକାନ୍ତ ସାହୁ,ତାପସ ବେହେରା,ତପନ ସିଂହ, ନିତ୍ୟାନନ୍ଦ ମହାନ,ନକୁଳ ବେହେରା, ଜଗନ୍ନାଥ ସାହୁ, ଉମେଶ ଗିରି, ମୋହନ୍ ଚଂଦ୍ର ଯେନା ପ୍ରମୁଖ ଉପସ୍ଥିତ ଥିଲେ।