Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଘରୋଇ ବିଦ୍ୟାଳୟ କତୃପକ୍ଷ ଙ୍କ ଜୁଲୁମ, ପ୍ରତିବାଦ କଲେ ଅଭିଭାବକ ସଂଘ ର କର୍ମକର୍ତ୍ତା

ଜେ. ବି. ଏନ୍ (୨୪/୦୨ /୨୦୨୧) ଅନୁଗୁଳ :ଅନୁଗୁଳ ଜିଲ୍ଲା ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ନିର୍ଦେଶକୁ ବେଖାତିର୍ କରି ଘରୋଇ ଶିକ୍ଷା ନୁଷ୍ଠାନ ର କତୃପକ୍ଷ ଙ୍କ ଜୁଲୁମ ପ୍ରତିବାଦରେ ଅନୁଗୁଳ ଜିଲ୍ଲା ଅଭିଭାବକ ସଂଘ ର ସଦସ୍ୟ ମାନେ ଆଜି ବଅଁରପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ ଶ୍ରିମତୀ ପ୍ରତିଭା ବାରିକ ଙ୍କୁ ସାକ୍ଷାତ କରି ଏହି ଜୁଲୁମ ନେଇ ଆଲୋଚନା କରିଥିଲେ। ବିଶେଷ କରି ସ୍କୁଲ୍ ଫିସ୍ ଦେବା କୁ ବାଧ୍ୟ କରିବା ସହ ବେ ସରକାରୀ ସ୍କୁଲ ଗୁଡିକ କିପରି ବ୍ୟବସାୟୀକ ଅନୁଷ୍ଠାନ ହୋଇଗଲାଣି ବୋଲି ଅଭିଯୋଗ କରିଥିଲେ। ଫିସ୍ ଜମା କରିବା ପାଇଁ ଫୋନ କଲ୍ ମେସେଜ୍ କରି କେମିତି ବାଧ୍ୟ କରାଯାଉଛି ତାର ପ୍ରମାଣ ସହ ଏକ ଦାବି ପତ୍ର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଏହି ଜୁଲୁମ ଉପରେ ଏକ ବିଧିବଦ୍ଧ ତଦନ୍ତ କରାଯିବ ବୋଲି BEO ଶ୍ରିମତୀ ପ୍ରତିଭା ବାରିକ ପ୍ରତିଶ୍ରୁତି ଦେଇଥିଲେ। ଅଭିଭାବକ ସଂଘ ର ସଦସ୍ୟ ରଞ୍ଜିତ କୁମାର ପାତ୍ର, ଜିତେନ୍ ମହାନ୍ତି, ସରୋଜ କାନ୍ତ ଜେନା, ଓ ରୁଦ୍ର ମୋହନ ସାହୁ, ପ୍ରମୁଖ ଆଗାମୀ ଦିନରେ ଏହି ଜୁଲୁମ ପ୍ରତି ପ୍ରଶାସନ ଉଚିତ୍ ପଦକ୍ଷେପ୍ଦ ନ ନେଲେ ସଂଘ ଆନ୍ଦୋଳନ ପଦକ୍ଷେପ୍ଦ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବଲି ଦେଇଛନ୍ତି।