Spread the love

ଘର କରିଛି ଵେସାହାରା

ଘର କରିଛି ଵେସାହାରା ହଁ ଆଜ୍ଞା ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ବରଦା ଗ୍ରାମପଞ୍ଚାୟତ ବରଦା ଗ୍ରାମର ଅଭିମନ୍ୟୁ ବେହେରା ଙ୍କ କଥା। ଜଣେ ଦିନ ମଜୁରୀଆ ଭାବେ କାମ କରୁଥିବା ବେଳେ ଏବେ ଘର ଯୋଗୁଁ ହୋଇଛି ବେସାହାରା ଆଉ ଏଥିରେ ଅର୍ଥ ସାଜିଛି ବାଧକ।ଘର ଖଣ୍ଡିଏ ପାଇଁ ସମସ୍ତଙ୍କ ସ୍ୱପ୍ନ ଥାଏ ଅଭିମନ୍ୟୁ ଙ୍କ ମଧ୍ୟ ଥିଲା।ଭଲ ଘର ଖଣ୍ଡିଏ କରିବେ ପିଲାମାନଙ୍କୁ ଭଲରେ ରଖିବେ। ହେଲେ ଯାହା ମୂଲଲାଗି ଆଣନ୍ତି ଚାରିପ୍ରାଣି ଦୁଃଖ କଷ୍ଟ ରେ ଚଳି ଯାଆନ୍ତି ଆଉ ଘର କ’ଣ କରିବେ? ଝାଟିମାଟି ଘର ଧୀରେ ଧୀରେ ଭାଙ୍ଗି ବାକୁ ଆରମ୍ଭ ହେଲାବେଳେ ବୋଝ ଉପରେ ଲଳିତା ବିଡା ସଦୃଶ ପତ୍ନୀ ବେହେରା ଙ୍କ ଦେହ ଖରାପ ଡାକ୍ତର କହିଥିଲେ ତାଙ୍କୁ କ୍ୟାନ୍ସର। ଆଉ ସେହି ଦିନଠାରୁ ସେ ହୋଇଗଲେ ଵେସାହାରା।ପତ୍ନୀ ଶଶୁର ଘରେ ପିଲାଙ୍କ ସହ ରହୁଥିବା ବେଳେ ଅଭିମନ୍ୟୁ ସାହି ପଡିଶା କିମ୍ବା କାମ କରୁଥିବା ଜାଗାରେ ରହିଥାଆନ୍ତି ।ମଝିରେ ମଝିରେ ଯାହା ରୋଜଗାର କରନ୍ତି ଔଷଧ କିଣିବା ପାଇଁ ପତ୍ନୀ କୁ ଦେଇ ଆସନ୍ତି ଆଉ ତାଙ୍କ ଘର ତିଆରି କରିବା ସ୍ୱପ୍ନ ଭାଙ୍ଗି ଯାଏ। ଘର କରିବା ପାଇଁ ସରକାରୀ ଯୋଜନା କୁ ଅପେକ୍ଷା କରି ରୁହନ୍ତି।କ୍ରମ ଅନୁଯାୟୀ ତାଙ୍କ ପତ୍ନୀ ଙ୍କ ନାମ ମଧ୍ୟ ଆସେ। ଟିକେ ଖୁସି ହୁଅନ୍ତି ଘର ଖଣ୍ଡେ କରିବେ! ମାତ୍ର ବିଡ଼ମ୍ବନାର ବିଷୟ ତାଙ୍କ ଖୁସି ରହେ ନାହିଁ ସାମ୍ଭାବ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ରେ ତାଙ୍କ ନାଁ ହିଁ ନାହିଁ। ସ୍ତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି !
ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Leave a Reply

Your email address will not be published. Required fields are marked *