Spread the love

ଘର ଘର ଚାଳ କାର୍ଯ୍ୟକ୍ରମ ରେ ୫୪୨ ଅଭିଯୋଗ ରୁ ୧୦୦ ଟି ଅଭିଯୋଗ ର ତୁରନ୍ତ ସମାଧାନ

ଗୋଲାମୁଣ୍ଡା,୫/୬( ) ରାଜ୍ୟ ଓ କେନ୍ଦ୍ର ସରକାର ଜନତା ଙ୍କ ପାଇଁ ବିଭିନ୍ନ ଲୋକାଭିମୁଖି ଯୋଜନା କରିଥିବା ବେଳେ ତାର ସୁଯୋଗ ଜନତା କେମିତି ସହଜ ଭାବରେ ପାଇପାରିବେ ତାର ଲକ୍ଷ୍ୟ ରଖି ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଧରି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଘର ଘର ଚାଲ ଅଭିଯାନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି l ଆଜି କୁହୁରା ଗ୍ରାମ ପଞ୍ଚାୟତ ର ୧୧ ଟି ୱାର୍ଡ କୁହୁରା ,କେନ୍ଦୁମୁଣ୍ଡି, କଣ୍ଟାମାଳ,ବାଲିପଦର ଓ ବୋରିଗୁମା ସମେତ ପାଞ୍ଚଟି ଗାଁ କୁ ଯାଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଯଥା ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ଭତ୍ତା ୨୫୦ ରୁ ୫୦ ଟି ସମାଧାନ,ପିଇବା ପାଣି ସମସ୍ୟା ୧୨ ଟି ଅଭିଯୋଗ ରୁ ୩ ଟି ର ସମାଧାନ, ତହସିଲ ସମ୍ବନ୍ଧୀୟ ଚାରିଟି ଅଭିଯୋଗ, ଆବାସ ଗୃହ ସମସ୍ୟା ୨୦୦ ଟି ରୁ ୪୦ ଟି ସମାଧାନ ,ପିଡିଏସ ଚାଉଳ ୨୦ ରୁ ୨ ଟି ସମାଧାନ, ନରେଗା ଯୋଜନା ର ୩୦ ରୁ ୫ ଟି ସମାଧନ ,ବିଦ୍ୟୁତ ବିଭାଗର ତିନିଟି ଅଭିଯୋଗ,କୃଷି ରୁ ୨୦ ଟି ଅଭିଯୋଗ,ବନ ବିଭାଗରୁ ତିନି ଟି ସମାଧାନ, ସମୁଦାୟକ୍ତ ୫୪୨ ଗୋଟି ଅଭିଯୋଗ ରୁ ୧୦୦ ଗୋଟି ଅଭିଯୋଗ ର ତୁରନ୍ତ ସମାଧାନ ହୋଇଥିଲା l ବ୍ଲକ ର ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ପ୍ରତି ସୋମବାର ଦିନ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଏଭଳି କାର୍ଯ୍ୟକ୍ରମ ହେବ ବୋଲି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଅଶୋକ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକ, କନିଷ୍ଠ ଯନ୍ତ୍ରୀ ନିକୁଞନାଏକ ମିଶନ ଶକ୍ତି ବିପିଏମ୍ ସୁଧାଂଶୁ ବିଶ୍ଵାଳ, ଆବାସ ଯୋଜନା ବିଏଲ୍ସି ମଧୁସୂଦନ ସାହୁ ଓ ଦିନେଶ ପାନକା, ସାମାଜିକ ସୁରକ୍ଷା ବିଭାଗରୁ ପିତାମ ନାଏକ, ସରପଞ୍ଚ ପିଙ୍କି ତାଣ୍ଡି, ପଞ୍ଚାୟତ ନିର୍ବାହୀ ଅଧିକାରୀ ନିରଞନ ସୁନାନୀ, ଜିଆରଏସ ବୈଲୋଚନ ମେହେର, ଗୋଲାମୁଣ୍ଡା ଉଦ୍ୟାନ ବିଭାଗର ପ୍ରତିମା ବେହେରା,ସ୍ବାସ୍ଥ୍ୟ ବିଭାଗରୁ ଡ.ବିଜୟ ପଣ୍ଡା, ପ୍ରାଣୀ ଚିକିସ୍ରାଳୟ ବିଭାଗରୁ ନେତ୍ର ପ୍ରକାଶ ଭାରତୀ,କେଗାଁ ପୁଳିସ ବିଭାଗରୁ ଦୁଇ ଜଣ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତଙ୍କ ପାଇଁ ଯୋଜନା କରିଥିବାରୁ ଗ୍ରାଉଣ୍ଡ୍ ଜିରୋକୁ ଯାଇ ପ୍ରାୟ ସମସ୍ୟାର ସମାଧାନ ତୁରନ୍ତ ହୋଇପାରୁଛି ତେଣୁ ଏହି ଘର ଘର ଚାଳ ଅଭିଯାନ ର ଶ୍ରେୟ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇପାରୁଛି ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତଧନ୍ୟବାଦ
।ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *