Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଘୋଷଣା ହେଲା ବାଣପୁର ବାର ଆସୋସିଏସନ ନିର୍ବାଚନ ଫଳାଫଳ


 

ଜେ. ବି. ଏନ,୨୭/୦୩ /୨୦୨୧, (ରିପୋର୍ଟ, ରଂଜିତ କୁମାର ସାହୁ )ଖୋର୍ଦ୍ଧା /

ବାଣପୁର: ଆଜି ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକକାଳୀନ ଭାବେ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓକିଲ ସଂଘର ମଧ୍ୟ ଶାନ୍ତିପୂର୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ବିନୋଦ ବିହାରୀ ସ୍ୱାଇଁ ଉକ୍ତ ନିର୍ବାଚନକୁ ପରିଚାଳନା କରିଥିଲେ।

 

ସକାଳ ୮ ରୁ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକା ଯାଏଁ ଉକ୍ତ ନିର୍ବାଚନର ମତଦାନ ପ୍ରକ୍ରିୟା ସମଗ୍ର ରାଜ୍ୟରେ ଜାରି ରହିଥିଲା। ଅପରାହ୍ନ ୪ ଟାରୁ ଗଣତି ଜାରି ରହିଥିବା ସ୍ଥଳେ ସଂଧ୍ୟା ସୁଦ୍ଧା କେତେଗୋଟି ବାର ଆସୋସିଏସନର ଫଳାଫଳ ପ୍ରକାଶ ପାଇଛି।

 

ତେବେ ବାଣପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ହସ୍ତଗତ ହୋଇଛି। ସଭାପତି ଭାବେ ପ୍ରଭାତ କୁମାର ପାଟଯୋଶୀ, ଉପସଭାପତି ଭାବେ ପଦ୍ମଜ ପଟ୍ଟନାୟକ, ସମ୍ପାଦକ ଭାବେ ଜଗନ୍ନାଥ ଭୋଳ, ସହ ସମ୍ପାଦକ ଭାବେ ନରେନ୍ଦ୍ର କୁମାର ନାୟକ ଓ କାର୍ଯ୍ୟନିର୍ବାହୀ କମିଟିର ଅନ୍ୟାନ୍ୟ ସଦସ୍ୟ ଭାବେ ରଜନୀ କାନ୍ତ ରାଉତରାୟ, ଦେବବ୍ରତ ବଡ଼ଜେନା ଓ ମନୋଜ କୁମାର ନନ୍ଦ ଯଥାକ୍ରମେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି l