Spread the love

*ଚନ୍ଦ୍ରଶେଖରପୁର କ୍ରିକେଟ ଟ୍ରୁନାମେଣ୍ଟ ଉଦଯାପିତ ଇଲେଭେନ ଷ୍ଟାର କପିଳାସ ଚମ୍ପିୟାନ*


************************************
ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ବ୍ରାହ୍ମଣୀ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଚନ୍ଦ୍ରଶେଖର ପୁର ମିନି ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେରେ ସମୁଦାୟ ୧୬ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚଟି ଇଲେଭେନ ଷ୍ଟାର କପିଳାସ ଦେଓଗାଁ କ୍ରିକେଟ ଟିମ ଓ କେଜିଏଫ୍ ଚନ୍ଦ୍ରଶେଖରପୁର ମଧ୍ୟରେ ହୋଇଥିଲା। ଏଥିରେ ପ୍ରଥମେ ଟସ୍ ଜିତି ଦେଓଗାଁ 12 ଓଭରରେ 204 ରନ୍ କରିଥିବା ବେଳେ ଚନ୍ଦ୍ରଶେଖରପୁର 145 ରନ୍ କରିଥିଲା ଏବଂ ଏହି ମ୍ୟାଚଟିକୁ ଦେଓଗାଁ ବିଜୟ ଲାଭ କରିଥିଲେ।
ଜିତେନ୍ଦ୍ର ଗଡନାୟକ ଓ ବିରଞ୍ଚି ସାମଲ ଖେଳଟିକୁ ପରିଚାଳନା କରିଥିଲେ l ଆଜିର ଉଦଯାପନୀ ଦିବସରେ ମୁଖ୍ୟ ଅତିଥ୍‌ ଭାବେ ଯୁବ ସମାଜ ସେବୀ ଶ୍ରୀଯୁକ୍ତ ଗୋପବନ୍ଧୁ ବେହେରା ସଂମ୍ମାନିତ ଅତିଥି ଭାବେ ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ବିଜୟ ସ୍ୱାଇଁ, ଗ୍ରାମ ସଭାପତି, ଉପସ୍ଥିତ ରହି ମୁଖ୍ୟ ଅତିଥି ଗୋପବନ୍ଧୁ ବେହେରା ନିଜ ଅଭିଭାଷଣରେ କ୍ରୀଡା ର ବିକାଶ, ଶାନ୍ତି ଶୃଙ୍ଖଳା, ଭାଇଚାରା ର ମନୋଭାବ ନେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକ ଦୋଳକୁ ଧନ୍ୟବାଦ ଦେଇଥିଲେ l ମ୍ୟାନ ଅଫ ଦି ମ୍ୟାଚ ଅଂଶୁମାନ ବିଶ୍ୱାଳ , ମ୍ୟାନ ଅଫ ଦି ସିରିଜ ଜଗନ ସାମଲ ଓ ଉଭୟ ଦଳଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *