Spread the love

ଚମ୍ପୁଆ ଥାନା ଅନ୍ତର୍ଗତରେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଇଚିଣ୍ଡା ଅରଡେଇ ନଦୀ କୂଳରେ ଜଣେ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୣତଦେହ ଉଦ୍ଧାର କରିଛି ପୋଲିସ୍ l ମୣତକ କାଳିକାପ୍ରସାଦ ଗ୍ରାମର କିରାନୀ ବେହେରା ହୋଇଥିବା ନେଇ ସୂଚନା l ରବିବାର ସଂନ୍ଧ୍ୟାରେ ସେ କିଛି ବ୍ୟକ୍ତିଙ୍କ ସହ ରିମୁଳି ଗ୍ରାମ ନିକଟର ଏକ ମୣତ ବଳଦକୁ ପେlତିବାକୁ ନଦୀକୁ ଆଣିଥିଲେ ତେବେ ସେଠାରେ ମୣତ ବଳଦକୁ ପେlତିବା ବଦଳରେ ମୃତ ବଳଦ କୁ କାଟୁଥିବାରୁ ରିମୁଳି ଗ୍ରାମର କିଛି ଯୁବକ ଦେଖି ତାଙ୍କୁ ମାରପିଟ କରିଥିବା ନଦୀ ନିକଟରେ ବଳଦ ଚରାଉଥିବା କିଛି ଇଚିଣ୍ଡା ଗ୍ରାମବାସୀ କହିଥିବା ବେଳେ ଆଜି ସକାଳୁ କିରାଣୀଙ୍କ ମୣତଦେହ ନଦୀକୂଳରେ ପଡିଥିବା ଦେଖି ଗ୍ରାମବାସୀ ତାଙ୍କ ପୁଅ ଅନିରୁଦ୍ଧକୁ ଖବର ଦେଇଥିଲେ l ଖବର ପାଇ ସେ ଘଟଣାସ୍ଥଳକୁ ଆସି ବାପାଙ୍କ ମୣତଦେହ ଦେଖି ପୁଲିସ କୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି, ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *