Spread the love

ଚମ୍ପୁଆ ବ୍ଲକରେ “ଘରେ ଘରେ କଂଗ୍ରେସ -ଘରେ ଘରେ ହାତ ” କାର୍ଯ୍ୟକ୍ରମ

ଚମ୍ପୁଆ ବ୍ଲକର ରଜିଆ ଗ୍ରାମପଞ୍ଚାୟତ ରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ” ଘରେ ଘରେ କଂଗ୍ରେସ – ଘରେ ଘରେ ହାତ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ବିପ୍ଳବ ମିଶ୍ର ଙ୍କ ନେତୃତ୍ୱରେ ସହ ସହ କଂଗ୍ରେସ କର୍ମୀ ପଦଯାତ୍ରା ରେ ସାମିଲ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା ଅତିଥି ଭାବେ ଯୋଗଦେଇଥିଲେ l ମିଛ ପ୍ରତିଶ୍ରୁତି ଦେଇ କେନ୍ଦ୍ରରେ ସରକାର କୁ ଆସିଥିବା ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାର ଙ୍କ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା l ବେକାର ଙ୍କୁ ନିଯୁକ୍ତି, ଚାଷୀ ଙ୍କ ଫସଲ ର ଉପଯୁକ୍ତ ମୂଲ୍ୟ, ସମସ୍ତଙ୍କୁ ଶିକ୍ଷା ଓ ସ୍ଵାଥ୍ୟ ପ୍ରଦାନ, ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା, ଖଣି ଖାଦାନ ରେ ଛଟେଇ ବନ୍ଦ କରି ଶ୍ରମିକ ମାନଙ୍କୁ କାମଦେବା, ପାଇପ ରେ ପରିବହନ ବନ୍ଦ କରି ଟ୍ରକ ରେ ପରିବହନ କରି ଟ୍ରକ ମାଲିକ କୁ ସହଯୋଗ କରିବା ଓ ପଂଚାୟତ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯନ୍ତ ହେଉଥିବା ଦୁର୍ନୀତି ଇତ୍ୟାଦି ପ୍ରସଙ୍ଗ କୁ ନେଇ କର୍ମୀମାନେ ଘର ଘର ବୁଲି ବୁଝାଇଥିଲା ଏବଂ କଂଗ୍ରେସ ପ୍ରତି ବ୍ୟାପକ ଜନ ସମର୍ଥନ ପରିଲକ୍ଷିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ବରିଷ୍ଠ କଂଗ୍ରେସ ନେତା ରଂଜିତ ବେହେରା,ରତିକାନ୍ତ ବେହେରା,ପୂର୍ଣଚନ୍ଦ୍ର ଲୋହାର, ସଫାକତ ଆନସାରୀ, ନନ୍ଦକିଶୋର ବେହେରା, ଅମିତ ମହାନ୍ତ, ଚମ୍ପୁଆ ବିଧାନ ସଭା ଯୁବ କଂଗ୍ରେସ ସଭାପତି ଗିରିପ୍ରିୟ ଉମାକାନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ

କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *