Spread the love

ଚାରି ମହଲା ବିଶିଷ୍ଟ ସ୍କୁଲ୍ ବିଲ୍ଡିଙ୍ଗରୁ ଡେଇଁ ଆତ୍ମହତ୍ୟା କଲା ଛାତ୍ର।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ରେ ଚାରି ମହଲା ବିଶିଷ୍ଟ ସ୍କୁଲ୍ ବିଲ୍ଡିଙ୍ଗ ରୁ ଡେଇଁ ଆତ୍ମହତ୍ୟା କଲା ଛାତ୍ର। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲରେ ଘଟିଛି ଏହି ଅଘଟଣ ।

ଚାରି ମହଲା ହଷ୍ଟେଲ ବିଲଡିଂ ରୁ ଡେଇଁ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା କରିଥିବା ନେଇ ସୂଚନା l ଛାତ୍ର ଜଣକ ହେଲେ ଦଶମ ଶ୍ରେଣୀର କ୍ରୀଷ୍ଣା ପ୍ରଧାନ l ଆତ୍ମହତ୍ୟାର କାରଣ ଅସ୍ପଷ୍ଟ l ଆଜି ସକାଳ ପ୍ରାୟ ପାଞ୍ଚଟା ବେଳେ ଏହି ଘଟଣା ଘଟିଥିବା ନେଇ ସୂଚନା ଆତ୍ମହତ୍ୟା ବେଳର ଦୃଶ୍ୟ ସ୍କୁଲ୍ ସିସିଟିଭି ରେ କାଏଦ ହୋଇଛି, ଖବର ପାଇଁ ଚମ୍ପୁଆ ପେlଲିସ ଓ ଚମ୍ପୁଆ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଂଚିଛନ୍ତିl ପେlଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

ଖବର ପାଇ ଛାତ୍ର ର ଘର ଲେlକ ଚମ୍ପୁଆ ରେ ପହଞ୍ଚି ଛନ୍ତି ଉକ୍ତ ଛାତ୍ରର ଘର ଝାଡଖଣ୍ଡର ଖରସୁଆ ଠାରେ। ସେ ଏଠାରେ ହଷ୍ଟେଲରେ ରହି ଦଶମ ଶ୍ରେଣୀ ରେ ପାଠ ପଢୁଥିଲାlଘଟଣା ସମ୍ପର୍କରେ ପୋଲିସ୍ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *