Spread the love

ଭୂବନେଶ୍ବର: ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇ ଯିବେ ବି‌ରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜୁନ୍ ୨୨ରେ ସେ ମୁମ୍ବାଇର ପ୍ରଖ୍ୟାତ କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇବେ ବୋଲି ସୂଚନା ରହିଛି । ଏନେଇ ନବୀନ ପଟ୍ଟନାୟକ ନିଜେ ସୂଚନା ଦେଇଛନ୍ତି ।

ନବୀନ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି ।

ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଭାଇଭଉଣୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ କାମନା କରିଛନ୍ତି । ସୁସ୍ଥ ହୋଇ ଫେରିବା ପରେ ସେବା ଜାରି ରଖିବି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।Jai Jagannatha As advised by medical experts I would be undergoing a procedure for cervical arthritis on 22nd of this month at Kokilaben Dhirubhai Ambani Hospital in Mumbai. My personal doctor Dr Ramakant Panda is coordinating this in Mumbai. With blessings of Lord Jagannatha…— Naveen Patnaik (@Naveen_Odisha)

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ନବୀନଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କର ସମର୍ଥକମାନେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *