Spread the love

ଚିତାମୁଣ୍ଡା ସ୍କୁଲରେ ପଲିଥିନ ତଳେ ଚାଲିଛି ମଧ୍ୟାହ୍ନ ଭୋଜନ ରୋଷେଇ

କଳାହାଣ୍ଡି ଜିଲ୍ଲା (ବାଲେଶ୍ୱର ସୁନାନୀ )କୋକସରା ବ୍ଲକର ଚିତାମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏକ ଚିନ୍ତାଜନକ ଚିତ୍ର। ସରକାରଙ୍କର ମାଲ ମାଲ ଯୋଜନା ଆସୁଥିଲେ ମଧ୍ୟ ପହଂଚି ପାରୁନି ଶିକ୍ଷା ବିଭାକକୁ, ସରକାର ଡିଣ୍ଡୁମି ପିଟୁଥିଲେମଧ୍ୟ ସରକାରୀ ବିଦ୍ୟାଳୟ ଛାତ୍ର ଛାତ୍ରୀ ପ୍ରତି ସରକାରଙ୍କର ଦୃଷ୍ଟି ନ ଥିବା ଦେଖିବାକୁ ମିଳିଛି,ବିଦ୍ୟାଳୟରେ ରୋଷେଇ ଗୃହ ନଥିବାରୁ ପଲିଥିନ ତଳେ ପ୍ରସ୍ତୁତ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ। ବର୍ଷା ଦିନରେ ଏଭଳି ପରିସ୍ଥିତିରେ ରୋଷେଇ ହେଉଥିବାରୁ ଖାଦ୍ୟର ସ୍ୱଚ୍ଛତା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କୋକସରା ଶିକ୍ଷା ବିଭାଗ ଅଧୀନରେ ଥିବା ଚିତାମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାହିଁ, ସ୍ଥାୟୀ ରୋଷେଇ ଗୃହ ଫଳରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ରୋଷେଇ କର୍ମଚାରୀମାନେ, ପଲିଥିନ ତଳେ ଚୁଲି ବସାଇ ରୋଷେଇ କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷା ଦିନରେ ଏଭଳି ଖୋଲା ପରିବେଶରେ ରୋଷେଇ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଥିବା ବେଳେ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଏହି ପରିସ୍ଥିତିରେ ପ୍ରତିଦିନ ରେ ଭୋଜନ ପ୍ରସ୍ତୁତ ହେଉଛି। ଅଭିଭାବକ / ଗ୍ରାମବାସୀ
“ବିଦ୍ୟାଳୟର ଶୀଘ୍ର ସ୍ଥାୟୀ ରୋଷେଇ ଗୃହ ନିର୍ମାଣ କରାଯାଉ । ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏହି ପ୍ରସଙ୍ଗରେ କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ ଭାଟି କହିଛନ୍ତି, ବିଷୟଟି ତାଙ୍କ ନଜରରେ ରହିଛି ଏବଂ ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନିଆଯିବବୋଲି କହିଛନ୍ତି l ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଶିକ୍ଷା ବିଭାଗ କେବେ ଏହାର ସ୍ଥାୟୀ ସମାଧାନ କରୁଛି, ତାହା ଦେଖିବାକୁ ବାକି ରହିଲା,

Leave a Reply

Your email address will not be published. Required fields are marked *