Spread the love

ଚେଇଁ ଶୋଇଛନ୍ତି ଖଣିବିଭାଗ କତୃପକ୍ଷ, ଖଣିଚୋରୀକୁ ରୋକିବାକୁ ବଡ଼ବିଲ ପୋଲିସର ଚଢ଼ାଉ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ସତେ ଯେମିତି ଖଣି ମାଫିଆ ମାନଙ୍କ ଭୂସ୍ବର୍ଗ ପାଲଟିଥିବା ମନେହୁଏ। ଏହି ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତରେ ଖଣି ମାଫିଆ ମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଖଣିବିଭାଗ ଏକ ପ୍ରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଥିବାପରି ମନେହୁଏ। ପୂର୍ବରୁ ଅନେକ ସମୟରେ ଯୋଡ଼ା ଖଣିମଣ୍ଡଳ ବିଭିନ୍ନ ସ୍ଥାନରୁ ଖଣିମାଫିଆ ମାନେ ବହୁମୂଲ୍ୟ ଖଣିଜ ପଦାର୍ଥ ଲୁଟ୍ କରିଥିବା ନଜିର ରହିଛି। ସେହିଭଳି ଖଣିମାଫିଆ ମାନଙ୍କ ଏକ ଯୋଜନାକୁ ପଣ୍ଡ କରିଛି ବଡ଼ବିଲ ପୋଲିସ୍।

ଆଇରନ ବୋଝେଇ ତିନୋଟି ହାଇୱା ସହ ଚାରିଜଣ ଅଟକ।ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ରୁ ଆଇରନ ଚୋରିକରି ତିନୋଟି ହାଇୱା ଭଦ୍ରାସାହି ଅଭିମୁଖେ ଆସୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଜଗି ରହିଥିଲେ, ପୋଲିସ୍ ଉକ୍ତ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଗାଡ଼ି ଗୁଡ଼ିକ ଟଣ୍ଟ ଅଭିମୁଖେ ପଳାଇଯାଇଥିଲେ ପୋଲିସ୍ ଟିମ୍ ତାଙ୍କୁ ଗୋଡ଼ାଇ ଟଣ୍ଟୋ ନିକଟରେ ଗାଡ଼ି ଗୁଡ଼ିକୁ କାବୁ କରିଥିଲେ। ଜବତ୍ ତିନୋଟି ଗାଡିରେ ପାଖାପାଖି 150 ଟନ୍ ଆଇରନ ଓର୍ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ସାତଲକ୍ଷ ହୋଇଥିବା ନେଇ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ। ତେବେ ଏପରି ଖଣି ଚୋରୀ ପଛରେ କେଉଁ ମାଫିଆ ଗୋଷ୍ଟିର ହାତ ରହିଛି ତାହାର ଅତି ଶୀଘ୍ର ପର୍ଦ୍ଦାଫାଶ କରାଯିବ ବୋଲି ବଡ଼ବିଲ ପୋଲିସ୍ ପକ୍ଷରୁ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *