Spread the love

### ଛେଣ୍ଡିପଦା ବ୍ଲକରେ ୩୦ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ, ୧୬ଟିର ଭିତ୍ତିପ୍ରସ୍ତର ସ୍ଥାପନ ଓ ୧୪ଟିର ଉଦ୍‌ଘାଟନ କଲେ ପଞ୍ଚାୟତିରାଜ ମନ୍ତ୍ରୀ ଓ ପାନୀୟ ଜଳ ରବି ନାରାୟଣ ନାଏକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ ଅଞ୍ଚଳବାସୀଙ୍କ ମୌଳିକ ସୁବିଧା ସୁଦୃଢ଼ କରିବା ସହ ସାମଗ୍ରିକ ବିକାଶକୁ ଆଗକୁ ନେବା ଲକ୍ଷ୍ୟରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ରାଜ୍ୟର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ୧୬ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୧୪ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଶକ୍ତି କେନ୍ଦ୍ର, କଲ୍ୟାଣ ମଣ୍ଡପ, କୋଠ ଘର, ଗ୍ରାମପଞ୍ଚାୟତ ସୁବିଧା କେନ୍ଦ୍ର, ଆଦର୍ଶ ପୋଖରୀ, ଆଦର୍ଶ ଶ୍ରେଣୀଗୃହ, ବନ ସୁରକ୍ଷା ସମିତି ଗୃହ, ପକ୍କା ସଡ଼କ ଏବଂ ରାହାସ ବାଡ଼ି ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସାମିଲ ରହିଛି।

ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାଏକ ଗ୍ରାମାଞ୍ଚଳର ବିକାଶ, ମହିଳାଙ୍କ ସଶକ୍ତୀକରଣ, ଶିକ୍ଷାର ଉନ୍ନତି ଏବଂ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ଛେଣ୍ଡିପଦା ବ୍ଲକର ଗ୍ରାମାଞ୍ଚଳ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସହ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଜୀବନଯାପନ ଅଧିକ ସୁବିଧାଜନକ ହୋଇପାରିବ।

Leave a Reply

Your email address will not be published. Required fields are marked *

You missed