Spread the love

*(ଜଗତତ୍ସିଂହପୁର ରେ ମହିଳା ମାନଙ୍କ ପାଇଁ ଦୁଇ ଦିନିଆ ଆଇନ ସଚେତନତା ଶିବିର)
ଜଗତସିଂହପୁର
ତା =30/8/23
ଜଗତସିଂହପୁର ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ସ୍ଵାତି ଏବଂ ୟୁ ଏସ କଂଶୋଲଟାଣ୍ଟ ପକ୍ଷରୁ ଆୟୋଜିତ 2ଦିନିଆ ଆଇନ ସଚେତନତା କର୍ମଶାଳା ଉଦଯାପିତ ହୋଇଯାଇଛି.| ସହକାରୀ ଜିଲ୍ଲାପାଳ କଳ୍ପିତା ଜେନା ଏହାକୁ
ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ.| ମହିଳାଙ୍କୁ ନେଇ ଆଇନ ଉପରେ ସଚେତନ କରିବା ପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା | ତାଲିମ ଦାତା ଭାବରେ ସୁଜାତା ମହାପାତ୍ର ଏବଂ ସତ୍ୟଜିତ ପ୍ରତିହାରୀ ଯୋଗ ଦେଇ ଘରୋଇ ହିଂସା, ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା, ମାନବ ଚାଲାଣ ସମେତ ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ରହିଥିବା ବିଭିନ୍ନ ଆଇନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ | ଗ୍ରାମ୍ୟ ସ୍ତରରେ କିପରି ଏହି ସଚେତନତା ବାର୍ତା ପହଂଚି ପାରିବ ଏବଂ ମହିଳା ମନେ ଅଧିକ ରୁ ଅଧିକ ସଚେତନ ହୋଇପାରିବେ ସେ ନେଇ ଗୁରୁତ୍ୱ ଦିଆଯାଇଥିଲା. | ଏହି କର୍ମଶାଳା ରେ ସ୍ଥାନୀୟ ସ୍ବଧର ଗୃହ, ଅଙ୍ଗନାୱାଡି କର୍ମୀ, ମହିଳା ଓକିଲ, ପଂଚାୟତ ପ୍ରତିନିଧି, MBK, CRP, NGO କର୍ମକର୍ତା ଯୋଗଦେଇଥିଲେ | ଉଦଯାପନୀ ସଭାରେ PO ଅଂଶୁପା ସାହୁ /DSWO ନମିତା ରାଉତ /DCP ମୋନାଲିସା ଭଞ୍ଜ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଉଦ୍ୟେଶ୍ୟ ଉପରେ ଆଲୋକପାତ କରିଥିଲେ.| ଶେଷରେ ସତ୍ୟଜିତ ପ୍ରତିହାରୀ ଉପସ୍ଥିତ ଅତିଥି ଏବଂ ଅଂଶଗ୍ରହଣକାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *