ଜଗତସିଂହପୁର ପୌର ପରିଷଦ ପକ୍ଷରୁ ବଡ଼ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜେ ବି ଏନ, ୨୪/୦୨ /୨୦୨୧, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ଜଗତସିଂହପୁର ପୌର ପରିଷଦ ପକ୍ଷରୁ ସ୍ଥାନୀୟ ରମାଦେବୀ କଲ୍ୟାଣ ମଣ୍ଡପ ଠାରେ ସ୍ୱଚ୍ଛ ଜଗତସିଂହପୁର, ସୁସ୍ଥ ଜଗତସିଂହପୁର ନିମନ୍ତେ ବଡ଼ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଲ ପ୍ରସାଦ ଲେଙ୍କା ଙ୍କ ଅଧକ୍ଷ୍ୟତାରେ ମୁଖ୍ୟଅତିଥିଭାବେ ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ପୌର ପରିଷଦ ର ସୁଇପର, ସୁପର ଭାଇଜର,ଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁ ଆଜି ସରସ ସୁନ୍ଦର ଜ଼ିଲ୍ଲା ଭାବେ ଜଗତସିଂହପୁର ପରିଗଣିତ ହୋଇଛି !ଏହି ଉପଲକ୍ଷେ କାର୍ଯ୍ୟରତ ସୁଇପର, ସୁପର ଭାଇଜର ମାନଙ୍କୁ ଜ଼ିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ !

