ବଅଁରପାଳ ଥାନା ଭୋଗବେରେଣୀ ଗ୍ରାମ ଚାଇଁପାଳ ଅଞ୍ଚଳର ସୁରେନ୍ଦ୍ର ଦାସଙ୍କୁ ଖଣ୍ଡାରେ ଆକ୍ରମଣ ନେଇ ବଅଁରପାଳ ଥାନାରେ ଅଭିଯୋଗ । ଥାନା ପକ୍ଷରୁ ସୂଚନା ଅନୁଯାୟୀ ପୂର୍ବାହ୍ନ ୯ ଘଟିକା ୩୦ ମିନିଟ ସମୟରେ ନିଜ ଘର ରାସ୍ତା ଦେଇ ଯିବା ସମୟରେ ଦେଖିଲେ ଯେ ଆରଆଇଙ୍କ ଦ୍ଵାରା ଜାଗା ଚିହ୍ନଟ ହୋଇ ପୋତା ଯାଇଥିବା ପଥରକୁ ଉପାଡି କେହି ରାସ୍ତାରେ ପକାଇ ଦେଇଛନ୍ତି । ଉକ୍ତ ପଥରକୁ ରାସ୍ତାରୁ ଉଠାଇବା ବେଳେ ଗ୍ରାମର ବିଷ୍ଣୁ ଦାସ, ସାନୁ ଦାସ, ଗୌରୀ ଦାସ, ସରସ୍ୱତୀ ଦାସ, ପ୍ରତିମା ଦାସ ମିଳିତ ହୋଇ ବିଭିନ୍ନ ଖଣ୍ଡା, ବିଭିନ୍ନ ମାରାତ୍ମକ ଅସ୍ତ୍ରଶସ୍ତ୍ର ଓ ପଥରରେ ମରଣାତ୍ମକ ଆକ୍ରମଣ କରିଥିଲେ । ଫଳରେ ସୁରେନ୍ଦ୍ର ଦାସଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସୁରେନ୍ଦ୍ରଙ୍କୁ ଉଦ୍ଧାର କରିବା ପାଇଁ ଦୌଡ଼ି ଆସିଥିଲେ ତାଙ୍କ ଝିଆରୀ। ତାଙ୍କୁ ମଧ୍ୟ ଉକ୍ତ ବ୍ୟକ୍ତି ମାନେ ପିଟାପିଟି କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲେ । ଏସମ୍ପର୍କରେ ବଅଁରପାଳ ଥାନା ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।
Andhra Pradesh
Arunachal Pradesh
Assam
Bihar
Chhattisgarh
Crime
District
International
Latest News
National
Odisha
State
States
ଅନୁଗୋଳ
ଅନୁଗୋଳ
କଟକ
କଳାହାଣ୍ଡି
କେନ୍ଦୁଝର
କେନ୍ଦ୍ରାପଡ଼ା
ଖୋର୍ଦ୍ଧା
ଗଜପତି
ଗଞ୍ଜାମ
ଜଗତସିଂହପୁର
ଢେଙ୍କାନାଳ
ଦିଲ୍ଲୀ
ନୂଆପଡା
ପୁରୀ
ବରଗଡ଼
ବାଲେଶ୍ଵର
ବୌଦ୍ଧ
ବ୍ରହ୍ମପୁର
ଭୁବନେଶ୍ବର
ଯାଜପୁର
ସୁନ୍ଦରଗଡ଼
ସୁବର୍ଣ୍ଣପୁର
ସୋନପୁର
ଜମିବାଡି ବିବାଦ ନେଇ ଆକ୍ରମଣ : ଜଣେ ଗୁରୁତ୍ତର
