Spread the love

ଜରୀ ଗ୍ରାମର ବଡ଼ସାହିରେ ମହାମନ୍ତ୍ରରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ

ବିଷୟ ______ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ବଡ଼ସାହି କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଅଧିବାସ ଦ୍ଵିତୀୟ ଦିନରେ ନାମ ଯଜ୍ଞ ଏବଂ ତୃତୀୟ ଦିନରେ ନଗର ପରିକ୍ରମା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ତିନିଦିନ ରେ ସମସ୍ତଙ୍କ ପରିବାରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଥାଏ। ଏହି ତିନିଦିନ ରେ ସମଗ୍ର ବଡ଼ସାହିରେ ଠାକୁରଙ୍କ ନିତାଇ ଗୈର ରାଧେଶ୍ୟାମ ଜପ ହରେକୃଷ୍ଣ ହରେରାମ ପ୍ରତିଧ୍ଵନିରେ ଏକ ଭାବାବେଗ ମାହୋଲ ସୁଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ ହରିନାମରେ ମଜ୍ଜି ଯାଆନ୍ତି।ଏହି ନାମ ଯଜ୍ଞରେ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସମାଜସେବୀ କୈଳାସ ଚନ୍ଦ୍ର ସେଠୀ,ଜରି ସରପଞ୍ଚ ନନ୍ଦକିଶୋର ମଲ୍ଲିକ,ପୃର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ଏବଂ ବିଜେଡ଼ିର ବ୍ଳକ ସଭାପତି ନନ୍ଦକିଶୋର ସାମଲ ଓ ପ୍ରମୋଦ କୁମାର ସାମଲଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ ଏହି ନାମ ସଂକୀର୍ତ୍ତନରେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଘନଶ୍ୟାମ ମଳିକ, ନନ୍ଦକିଶୋର ମଲ୍ଲିକ, ରାମଚନ୍ଦ୍ର ମଳିକ, ପ୍ରଫୁଲ୍ଲ ମଳିକ,ଅଭିରାମ ମଳିକ, କାହ୍ନୁଚରଣ ମଳିକ, ସୁଦର୍ଶନ ମଳିକ, କୁଳମଣି ମଳିକ, ଦାମୋଦର ମଳିକ, ଭ୍ରମରେବର ମଳିକ,ଅରୁଣ ମଳିକ,ବିଷ୍ଟୁଚରଣ ମଳିକ ପ୍ରମୁଖ ପରିଚାଳନା କରିଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *