ଆଜି ତା ୩୦/୦୪/୨୦୨୬ ରିଖ ଦିନ ହିନ୍ଦୋଳ ନିର୍ବାଚନମଣ୍ଡଳୀର ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ତାଳଡଙ୍ଗା ଗ୍ରାମରେ ଗତ ତା ୨୫/୦୪/୨୦୨୬ ରିଖ ଶନିବାର ଦିନ ସାହିରେ ଶନିମେଢ ସାହି ପରିକ୍ରମା ବେଳେ ପାଣ ସାହିର ମହିଳା ମାନଙ୍କ ଭୋଗ,କଳସୀ ଉଚ୍ଚଜାତିର ଲୋକମାନେ ଫିଙ୍ଗି ଦେବା ସହିତ ପାଣିଙ୍କ ଭୋଗ ଖାଇଲେ ଠାକୁର ମାରା ହୋଇଯିବେ ବୋଲି କହି ମହିଳା ମାନଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କଲେ ଓ ଡି.ଜେ. ବଜାଇ ନାଚ କରି ଶଳାପାଣଙ୍କୁ ଗାଁରେ କରେଇ ଦେବୁନାହିଁ ବୋଲି ବ୍ୟବହାର କରୁଥିବା ସମୟରେ ନିଲୁ ନାଏକ ସେଠାରେ ପହିଞ୍ଚି ମହିଳା ମାନଙ୍କୁ କାହିଁକି ଏମିତି ବ୍ୟବହାର କରୁଛ ବୋଲି କହିବାରୁ ସେମାନେ ନିଲୁ ନାଏକ କୁ ଜୀବନରେ ମାରିଦେବାକୁ କହି ଘୋଷାଡି ନେଲେ ବିନା,ଗୋଇଠା ଓ ଠେଙ୍ଗାରେ ବାଡେଇଲେ ଓ ଅରବିନ୍ଦ ବେହେରା ଓ ରଣଜିତ୍ ସାହୁ ଛୁରୀରେ ଭୁଷି ମୁଣ୍ଡ,ହାତ,ପିଠା, ଅଣ୍ଟା ଓ ଅଣ୍ଡକୋଷକୁ କ୍ଷତାକ୍ତ କରିଥିଲେ। ମହିଳାମାନେ ନିଲୁ କୁବଞ୍ଚାଇବାକୁ ଯାଇ ମଧ୍ୟ ମାଡ଼,ଗାଳି ଖାଇଥିଲେ।ନିଲୁ ଅତ୍ୟଧିକ ରକ୍ତସ୍ରାବ ହେତୁ ଅଚେତ ହୋଇ ପଡିଯିବାରୁ ମରିଗଲାଭାବି ଛାଡ଼ି ପଳାଇଲେ‌। ଲୋକମାନେ ପ୍ରଥମେ ନିଲୁକୁ ମେରା ମଣ୍ଡଳୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରି ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କଲେ। ମୋଟଙ୍ଗା ଥାନାରେ ଏତଲା ଦେବାରୁ ତାହା ୧୪୦/୨୦୨୬ ରେ ପଞ୍ଜିକୃତ ହୋଇଛି।ମାତ୍ର ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହାନ୍ତି କା ଅଭିଯୁକ୍ତ ମାନଙ୍କୁ ଗିରଫ କରୁ ନାହାଁନ୍ତି।ଫଳରେ ଅଭିଯୁକ୍ତ ମାନେ ଉତ୍ପାତ ହୋଇ କେଶ୍ ପ୍ରତ୍ୟାହାର କରିବାକୁ ଧମକ ଦେଉଛନ୍ତି ଓ ଯଦି କିଏ ଆମର ଗିରଫ ହେବ ପାଣ ମାନଙ୍କୁ ଜୀବନରେ ମାରିଦେବୁ , ଗାଁ ରେ ରଖେଇ ଦେବୁନାହିଁ ବୋଲି କହୁଛନ୍ତି।ଏଣୁ ପିଡୀତ ବର୍ଗ ଢେଙ୍କାନାଳ ଏସ.ପି. ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସାକ୍ଷାତ କରିଛନ୍ତି। ପିଡୀତା ସୁଫଳା ନାଏକଙ୍କ ସହିତ ଆଇନ୍ ଜୀବୀ ପଦ୍ମିନୀ ନାଏକ ଓ ଆଇନ୍ ଜୀବୀ ତଥା ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ର ସମ୍ପାଦକ ଚିତ୍ରସେନ ନାଏକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *