Spread the love

ଜାତୀୟ ଉଠା ଦୋକାନୀ ଦିବସ ପାଳିତ

ଭୁବନେଶ୍ୱର, ଆଜି ଇନ୍ଷ୍ଟିଟ୍ୟୁଟ ଅଫ ଇଞ୍ଜିନିଅର ସମ୍ମିଳନୀ କକ୍ଷରେ ଜାତୀୟ ଉଠା ଦୋକାନୀ ଦିବସ ପାଳିତ ହୋଇଯାଇଛି. ନିଖିଳ ଉତ୍କଳ ଖୁଦ୍ର ବ୍ୟବସାୟୀ ସଙ୍ଘ ତରଫରୁ ଆୟୋଜିତ ଏହି ଉତ୍ସବରେ ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ. ଅନ୍ୟ ମାନଙ୍କ ମଧ୍ୟରେ 12ନମ୍ବର ୱାର୍ଡର କର୍ପୋରେଟର,7ନମ୍ବର ୱାର୍ଡ କୋର୍ପୋରେଟର ସମ୍ମାନିତ ଅତିଥିଭାବେ ଯୋଗଦେଇ ଖୁଦ୍ର ବ୍ୟବସାୟୀମାନଙ୍କ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଥିଲା. ସବୁ ଉଠା ଦୋକାନୀ ମାନଙ୍କୁ ଭେଣ୍ଡି ଜୋନେ ରେ ଦୋକାନ ଯୋଗାଇଦେବା ପାଇଁ ନିଷ୍ପତି ନିଆଯାଇଛି ଓ ଧୀରେ ଧୀରେ ଦିଆଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି.ସବୁ ଉଠା ଦୋକାନୀଙ୍କୁ ସୁରକ୍ଷା, ଆର୍ଥିକ ସହଯୋଗ, ଇନ୍ସୁରାନ୍ସ ଯୋଗାଇବା, ସମସ୍ତଙ୍କୁ ପରିଚୟ ପତ୍ର ଦେବାକୁ ଦାବି କରିଛନ୍ତି ନିଖିଳ ଉତ୍କଳ ଖୁଦ୍ର ବ୍ୟବସାୟୀ ସଙ୍ଘର ସାଧାରଣ ସମ୍ପାଦକ ମନୋଜ କୁମାର ସ୍ୱାଇଁ.ଦୀର୍ଘ ଦିନ ଧରି ମୁ ଭେଣ୍ଡି ଜୋନ ରେ ଦୋକାନ କରି ମୁଁ ସୁରୁଖୁରୁରେ ବ୍ୟବସାୟ କରି ଭଲରେ ଚଳୁଛି ବୋଲି କହିଛନ୍ତି ପ୍ରଭାତ କୁମାର ଜେନା. ଆଜି ଭଲରେ ସଭା ହେଲା ସମସ୍ତେ ଭଲରେ ଆଲୋଚନା କରି ସମସ୍ୟା ଦୂର କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ୱାର୍ଡ ନଂ 12କର୍ପୋରେଟର ଜୟନ୍ତୀ ସାହୁ. ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *