Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜାତୀୟ ରାଜପଥ ର ଉନ୍ନତି କରଣ ପାଇଁ ଏକ ରିଭ୍ୟୁ ବୈଠକ ଅନୁଷ୍ଠତି

ଜେ ବି ଏନ, ୦୨/୦୪ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଅନୁଗୋଳ : ଅନୁଗୋଳ ଜିଲ୍ଲା ସ୍ଥାନୀୟ ସର୍କିଟ୍ ହାଉସ ଠାରେ ଜାତୀୟ ରାଜପଥ ର ଉନ୍ନତି କରଣ ପାଇଁ ଏକ ରିଭ୍ୟୁ ବୈଠକ ଅନୁଷ୍ଠତି ହୋଇଯାଇଛି। ଏହି ବୈଠକରେ ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା।

ଏହି ବୈଠକରେ ଅନୁଗୋଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବାସୁଦେବ ସତପଥୀଙ୍କ ସହିତ ଅନୁଗୋଳ ଜିଲ୍ଲା ଆରଡି ବିଭାଗୀୟ, ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ଠିକାଦାର ଗାୟତ୍ରୀ କନଷ୍ଟ୍ରକସନ୍ ର ଅଧିକାରୀ ଗଣ ଓ ଜିଲ୍ଲାର ସମସ୍ତ ତହସିଲଦାର ଏବଂ ଆରଆଇ ଉପସ୍ଥିତ ରହିଥିବାର ଦୃଶ୍ୟା ଦେଖିବାକୁ ମିଳିଥିଲା । ଏହି ବୈଠକରେ ଦୀର୍ଘ ଦିନଧରି ଚାଲୁଥିବା ରାସ୍ତା କାର୍ଯ୍ୟକୁ ଅତି ଶୀଘ୍ର ସମାପ୍ତ କରି ସାଧାରଣ ଜନତାଙ୍କୁ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଯାଥା ଶୀଘ୍ର ସମାପ୍ତ ହେବା ପାଇଁ ଗୁରୁତ୍ଵ ଦେଇଥିଲେ ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ।