Spread the love

ଜିନ୍ଦଲ ଆଶା’ ପକ୍ଷରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ଅନୁଗୁଳ, ୩ ଡିସେମ୍ବର ୨୦୨୫: ଦିବ୍ୟାଙ୍ଗ ପିଲାଙ୍କ ଯତ୍ନ, ଚିକିତ୍ସା ଏବଂ ଶିକ୍ଷା ପାଇଁ ଉତ୍ସର୍ଗୀକୃତ ଜିନ୍ଦଲ ଫାଉଣ୍ଡେସନର ଅଗ୍ରଣୀ ପଦକ୍ଷେପ ‘ଜିନ୍ଦଲ ଆଶା’ ପକ୍ଷରୁ ସୁବ୍ୟବସ୍ଥିତ ଏବଂ ଆକର୍ଷଶୀୟ ଢଙ୍ଗରେ  ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ୨୦୨୫ ପାଳିତ ହୋଇଯାଇଛି ।

ଏହି ଅବସରରେ ଜିନ୍ଦଲ ଆଶାର ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ଲୋକନୃତ୍ୟ, ଆଦିବାସୀ ନୃତ୍ୟ ଏବଂ ପାରମ୍ପରିକ ନୃତ୍ୟ ସମେତ  ଫ୍ୟାନ୍ସି ଡ୍ରେସ୍ ସାମିଲ ଥିଲା । ଏହି ଅବସରେ ଏକ ସାମାଜିକ ସଚେତନତାଧର୍ମୀ ନାଟକ ପ୍ରଦର୍ଶିତ ହୋଇଥିଲା, ଏଥିରେ ଦିବ୍ୟାଙ୍ଗ ପ୍ରତି ସମ୍ବେଦନଶୀଳ ଓ ସହାନୁଭୂତି ପୂର୍ଣ୍ଣ ଭାବେ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ଅବସରରେ ‘ଜିନ୍ଦଲ ଆଶା’ ପକ୍ଷରୁ ଜିନ୍ଦଲ ନଗର ଟାଉନସିପରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଦିବ୍ୟାଙ୍ଗ ପ୍ରତି ଜାଗରଣ ସୃଷ୍ଟି କରିବା ଏବଂ ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ଏହି ରାଲିର ମୁଖ୍ୟ ଲକ୍ଷ୍ୟ ଥିଲା ।

ସରକାରଙ୍କ ଦ୍ୱାରା ସମର୍ଥିତ ସୁବିଧା ପ୍ରକ୍ରିୟାର ଏକ ଅଂଶ ସ୍ୱରୂପ, ଯୋଗ୍ୟ ହିତାଧିକାରୀମାନଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ଏବଂ  ପିଲାମାନଙ୍କୁ ଜିନ୍ଦଲ ଆଶା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚତୁର୍ଥ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ଏହି ଉତ୍ସବରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ । ଯାହା ଏହି ଦିବସକୁ ଆକର୍ଷଶୀୟ, ସମାବେଶୀ ଏବଂ ସ୍ମରଣୀୟ ଭାବରେ ପାଳନ କରିବାରେ ସାହାଯ୍ୟ କରିଥିଲା।

Leave a Reply

Your email address will not be published. Required fields are marked *