Spread the love

ଜିଲ୍ଲାପାଳଙ୍କୁ ଘେରିଲେ କମଗାଁବାସୀ

ଭଟଲି (ଅଭିମନ୍ୟୁ ପଧାନ): ଭଟଲି ବ୍ଲକ୍ କମଗାଁଠାରେ ଥିବା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ କମଗାଁ ବାସିନ୍ଦା ପହଞ୍ଚି ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଅଭିଯୋଗ ଶୁଣାଣି ପରେ କମଗାଁ ଅଞ୍ଚଳର ଶହଶହ ଜନସାଧାରଣ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ତଳେ ବସି ଜିଲ୍ଲାପାଳଙ୍କୁ ଘେରାଉ କରିଥିଲେ । ପ୍ରକାଶ ଥାଉକି କମଗାଁରେ ଥିବା ଜଡ଼ା ସର୍କଲର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଛି। ଉକ୍ତ କାର୍ଯ୍ୟାଳୟ କମଗାଁ ପଞ୍ଚାୟତର ସୀମାନ୍ତ ଗ୍ରାମ ଋଷିପାଲିକୁ ସ୍ଥାନାନ୍ତରିତ କରିବା ପାଇଁ ନୂତନ
କାର୍ଯ୍ୟାଳୟ ନିର୍ମାଣ ହେଉଥିବା ଜଣାପଡ଼ିଥିଲା। ତେବେ ଜନସାଧାରଣ ଆର୍‌ଆଇ କାର୍ଯ୍ୟାଳୟକୁ ତାଲା ମାରିଥିଲେ | ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର ଏବଂ ଅତିରିକ୍ତ ତହସିଲଦାର ଭୁପେଶ ପାଢ଼ୀ ଘଟଣାସ୍ଥଳକୁ ପହଞ୍ଚି ଲୋକମାନଙ୍କୁ ବୁଝାଇବା ସହ ଦାବିଗୁଡ଼ିକୁ ଜିଲ୍ଲାପାଳ, ରାଜସ୍ବ କମିସନର ଏବଂ ରାଜସ୍ବମନ୍ତ୍ରୀଙ୍କୁ ଲିଖିତ ଜଣାଇବା ପାଇଁ କହିଥିଲେ। ତେଣୁ ଋଷିପାଲି ଭଳି ଏକ ସୀମାନ୍ତ ଗ୍ରାମକୁ ଏହି କାର୍ଯ୍ୟାଳୟ ସ୍ଥାନାନ୍ତରଣ ହେଲେ ଜନସାଧାରଣଙ୍କ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖନେ ହେବୋ ତେଣୁ ଉକ୍ତ କାର୍ଯ୍ୟ କାର୍ଯ୍ୟାଳୟକୁ ପୂର୍ବପରି କମଗାଁରେ କରିବାକୁ ପୁନଃ ନିଷ୍ପତ୍ତା ନିଆଯାଉ,
ଋଷିପାଲିଠାରେ ନିର୍ମିତ ହେଉଥିବା ଆର୍‌ଆଇ ଅଫିସ୍ କୋଠାର ନିର୍ମାଣ ବନ୍ଦ କରାଯାଇ ସେହି ନୂତନ କୋଠାକୁ ବର୍ତ୍ତମାନ କମଗାଁରେ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟ ପରିସରରେ ନିର୍ମାଣ କରାଯାଉ ଏବଂ ଉକ୍ତ ସର୍କଲ୍‌ର ନାମ ପରିବର୍ତ୍ତନ କରି କମଗାଁ ସର୍କଲ କରିବାକୁ ଉପସ୍ଥିତ ଆଜି ଶତାଧିକ ମହିଳା ଓ ପୁରୁଷ ଜନଶୁଣାଣି ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ | ବୁଝାସୁଝା କରିବା ପରେ ମଧ୍ୟ ଲୋକେ କିଛି ବି ଶୁଣିବାକୁ ରାଜି ହୋଇନଥିଲେ। ତେବେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବକୁ ପ୍ରତିଶ୍ରୁତି ଦେବାପରେ ଲୋକେ ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରୁ ଧାରଣାରୁ ଉଠିଥିଲେ।

Leave a Reply

Your email address will not be published. Required fields are marked *