Spread the love

ଅନୁଗୋଳ, ୨୩/୦୨ – ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ” ନିକ୍ଷୟ ମିତ୍ର” କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପଳାଳହରା ବିଧ୍ୟାକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ମାନ୍ୟବର ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ନିଜ ଅଭିଭାଷଣ ରେ ମୁଖ୍ୟ ଅତିଥି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ୨୦୨୫ ଶେଷସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ଯକ୍ଷ୍ମା ମୁକ୍ତ ଅନୁଗୋଳ ଓ ଓଡ଼ିଶା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ସେହିପରି ପୁଷ୍ଟିକର ଆହାର ହିଁ ଯକ୍ଷ୍ମା ବିରୁଦ୍ଧ ରେ ସବୁଠାରୁ ମଜବୁତ୍ ଅସ୍ତ୍ର ବୋଲି କହିଥିଲେ। ଏହି ଅଭିଯାନର ସଫଳ କାର୍ଯ୍ୟକାରିତା, ୨୦୩୬ ରେ ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ରେ ସହାୟକ ହେବ ବୋଲି ମଧ୍ୟ ସେ କହିଥିଲେ।

ଏହି ଅବସରରେ ଯକ୍ଷ୍ମା ଉତ୍ପାଟନ ରେ ଅବଦାନ କରିଥିବା ବିଭିନ୍ନ ବେସରକାରୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ପଞ୍ଚାୟତ ପ୍ରତିନିଧି ଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଯକ୍ଷ୍ମା ରୋଗରେ ପୀଡିତ ରୋଗୀମାନଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ ଓ ଯକ୍ଷ୍ମା ରୋଗକୁ ମାତ୍ ଦେଇ ନିରୋଗ ହେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଯକ୍ଷ୍ମା ନିରାକରଣ ସଚେତନ ରଥ କୁ ମଧ୍ୟ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ଆବ୍ଦାଲ ଏମ ଆଖତାର, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ, ସିଡିଏମଓ ଶ୍ରୀ ଶିବାନନ୍ଦ ମହାନ୍ତି , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ଶ୍ରୀ ଭବାନୀ ଶଙ୍କର ଖୁସ୍ଵା ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିନ୍ଦଲ, ନାଲକୋ ଓ ଏମ ସି ଏଲ ର ଅଧିକାରୀ ମନେ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *