Spread the love

ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ଓ ସଚେତନତା ବୈଠକ ଅନୁଷ୍ଠିତ

ଅନୁଗୋଳ, ୦୧.୧୦ : ଶିଶୁ ସୁରକ୍ଷା ନିମନ୍ତେ ଗତକାଲି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିଶୁଶ୍ରମିକ ନିରାକରଣ ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ସମସ୍ତ ଶିଶୁମାନଙ୍କର ଆଧାର କାର୍ଡ (Aadhaar), ରାସନ କାର୍ଡ ଏବଂ ‘ଅପାର୍ ଆଇଡି’ (APAAR ID) ସୁନିଶ୍ଚିତ କରିବା ପାଇଁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତଙ୍କ ସହଯୋଗରେ ଗ୍ରାମ ପଞ୍ଚାୟତଗୁଡ଼ିକୁ ଶିଶୁ ଶ୍ରମ ମୁକ୍ତ କରିବା ପାଇଁ ସଂକଳ୍ପ ନିଆଯାଇଥିଲା। ଏଥିପାଇଁ ୨ ଅକ୍ଟୋବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଏକ ୪୪ ଦିନିଆ ରାଜ୍ୟବ୍ୟାପୀ ଅଭିଯାନ କରାଯାଉଛି।

ଏହି ବୈଠକରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. କୃଷ୍ଣଚନ୍ଦ୍ର ପାଲ୍, ଡେପୁଟୀ କଲେକ୍ଟର ପ୍ରିୟଙ୍କା ପାଲ୍, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା, ଜିଲ୍ଲା ଶ୍ରମ ଅଧିକାରୀ ପ୍ରିୟମ୍ବଦା ସ୍ୱାଇଁ, ଶିଶୁ ମଙ୍ଗଳ କମିଟିର (CWC) ଅଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ, ଇନ୍ସପେକ୍ଟର ଶ୍ରୀ ଅଲେଖ କାଉଡିଆଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *