Spread the love

ଓଡିଶା ଡିପ୍ଲୋମା ଇଞ୍ଜିନିୟର ସର୍ଭିସ ଆସୋସିଏସନ, ରାୟଗଡ଼ା ଶାଖାର ସଭାପତିଙ୍କ ସଭାପତିତ୍ୱରେ ବିଗତ ୧୮ ତାରିଖରେ ପଦ୍ମପୁରର ଦୁଇ ଜଣ ଠିକାଦାରଙ୍କ ଦ୍ଵାରା ପଦ୍ମପୁର ପଞ୍ଚାୟତ ସମିତିର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରଶ୍ମିତା ଶବର ଏବଂ କନିଷ୍ଠ ଯନ୍ତ୍ରୀ ଇଂ ଅଶୋକ କୁମାର ନାୟକ ଙ୍କୁ ମରଣାନ୍ତକ ଆକ୍ରମଣ, ବିଭିନ୍ନ ଅସ୍ମିଳ ଭାଷାରେ ଗାଳି ଗୁଲଜ କରିବା, ଜାତିଗତ ଆକ୍ଷେପ କରିବା ପ୍ରତିବାଦରେ ଗତକାଲି ଜିଲ୍ଲା ପରିଷଦ ସଭା ଗୃହରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଅଛି। ଏହି ସଭାରେ ଓଡିଶା ଡିପ୍ଲୋମା ଇଞ୍ଜିନିୟର ସର୍ଭିସ ଆସୋସିଏସନର ସମ୍ପାଦକ ଇଂ ଗିରିଜା ଶଙ୍କର ପତି, ଉପଦେଷ୍ଟା ଇଂ ରମାକାନ୍ତ ମହାପାତ୍ର, ଉପସଭାପତି ଇଂ ଜୟ ପ୍ରକାଶ ନାରାୟଣ ଭଟରାୟ ତଥା ଜିଲ୍ଲାର ସମସ୍ତ ଏଗାର ଗୋଟି ପଞ୍ଚାୟତ ସମିତିରେ କାର୍ଯ୍ୟ କରୁଥିବା ସମସ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥାଇ ଏହି ଘୃଣ୍ୟ କାର୍ଯ୍ୟ କୁ ନିନ୍ଦା କରିଥିଲେ। ଏହାପରେ ଦୋଷୀ ମାନଙ୍କ ବିରୁଦ୍ଧରେ ଉଚିତ ଏବଂ ଯଥାଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଦ୍ଧେଶ୍ୟରେ ସମସ୍ତ ଯନ୍ତ୍ରୀମାନେ ଏକ ଦାବିପତ୍ର ଜିଲା ପରିଷଦର ମୁଖ୍ୟ ନିର୍ବାହୀଅଧିକାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସ୍ଵାଥୀ ଏସ କୁମାରଙ୍କୁ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *