Spread the love

ଜିଲ୍ଲା ମହୋତ୍ସବ ପାଇଁ ମଶାଲ ଯାତ୍ରା ।ଦେଉଳଝରି,ସାତକୋଶିଆ, ଖୁଲୁଡି, ବାୟଣୀ ଓ ହିଙ୍ଗୁଳା ପୀଠରୁ ଶୈଳଶ୍ରୀକ୍ଷେତ୍ର ପହଞ୍ଚିଲା ମଶାଲ

ଅନୁଗୋଳ ତା.୨୨.୦୪: ଚଳିତ ମାସ ୨୬ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ୩ ଦିନଧରି ଜିଲ୍ଲା ମହୋତ୍ସବ ଆୟୋଜନ ହେବାକୁ ଥିବା ବେଳେ ଆଜି ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ପୌରହିତ୍ୟରେ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ର ବାହାରିଥିଲା ।

ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥ‌ିବା ପ୍ରସିଦ୍ଧ ଦେବା ଦେବୀପାଠ ଯଥା, ଅନୁଗୋଳ ବ୍ଳକର ଟିକରପଡା, ଛେଣ୍ଡିପଦା ପାତ୍ରପଡାର ମା ବାୟାଣୀପୀଠ, ଆଠମଲ୍ଲିକର ଦେଊଳଝରି, ପାଳଲହଡାର ଖୁଲୁଡି ପାଠରୁ ମଶାଲ ଗୁଡିକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଜିଲ୍ଲାର ସମସ୍ତ ପ୍ରମୁଖ ଅଞ୍ଚଳ ତଥା ଗାଁ ଗଣ୍ଡା ଗୁଡିକ ପରିକ୍ରମା କରିଥିଲା । ଟିକରପଡାସ୍ଥିତ ଶିବ ମନ୍ଦିର ଠାରୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧୂ ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧ୍ ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଅନୁଗୋଳ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ପାଳଲହଡା ଖୁଲୁଡି ପାଠରୁ ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ପାଳଲହଡା ଉପଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପଟେଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନ ପ୍ରତିନିଧୂ, ଆଠମଲ୍ଲିକର ଦେଉଳଝରି ପାଠରୁ ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଉପେନ୍ଦ୍ର ଲୋହା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆଶା କୁମାରୀ, ଛେଣ୍ଡିପଦା ପାତ୍ରପଡାର ମା ବାୟାଣୀପୀଠରୁ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଛେଣ୍ଡିପଦା ଗୋଷ୍ଠୀ ଊନ୍ନୟନ ଅଧିକାରୀ ଅରବିନ୍ଦ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧ୍ ମଶାଲ ବାହାରି ତାଳଚେରସ୍ଥିତ ମା ହିଙ୍ଗୁଳାଙ୍କ ପୀଠରେ ଏକଠୀ ହୋଇଥିଲେ । ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧୁକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧୁକାରୀ ଶ୍ରୀ ଦେବଦତ୍ତ ମହନ୍ତ,ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପ ଜିଲ୍ଲାପାଳ ଶ୍ରୀ ସୀ ସମାର କୁମାର ଜେନାଙ୍କ ସମେତ ବରିଷ୍ଠ ଅଧିକାରୀ,ଜନପ୍ରତିନିଧ୍ ପ୍ରମୁଖ ମା ହିଙ୍ଗୁଳାଙ୍କ ପୀଠ ଠାରେ ମଶାଲଗୁଡିକୁ ସ୍ବାଗତ କରିଥିଲେ । ସମସ୍ତ ନିର୍ଦ୍ଧାରିତ ପାଠ ପାଠ ସ୍ଥଳଗୁଡିକରୁ ମଶାଲ ବାହାରିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପଞ୍ଚାୟତରାଜ ଇତ୍ୟାଦି ବିଭାଗର ପ୍ରଜ୍ଞାପନ ମେଢ ଗୁଡିକ ଏହା ସହ ଯାତ୍ରା କରିଥିଲା ।

Oplus_131072

ସରକାରଙ୍କ ଦ୍ବାରା ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟକାରୀ ହୋଇଥ‌ିବା ବିଭିନ୍ନ ଜନହିତକାରୀ ଯୋଜନାଗୁଡିକ ପ୍ରଜ୍ଞାପନ ମେଢ ମାଧ୍ୟମରେ ପ୍ରଦର୍ଶନ Îନ କରାଯାଇଥୁଲା । ବିଭିନ୍ନ ସ୍ଥାନରୁ ବାହାରିଥିବା ଏହି ମଶାଲ ଶୋଭାଯାତ୍ରାକୁ ଗାଁ ଗଣ୍ଡାରେ ବେ ବେଶ ଊତ୍ସାହ ସହ ସ୍ବାଗତ କରିଥିଲେ । ସନ୍ଧ୍ୟା ସମୟରେ ଜିଲ୍ଲାର ସମସ୍ତ । ସ୍ଥାନରୁ ବାହାରିଥିବା ମଶାଲଗୁଡିକୁ ସ୍ବାଗତ ମା ହିଙ୍ଗୁଳା ପୀଠ ଦେଇ ଶୈଳଶ୍ରୀକ୍ଷେତ୍ର ଠାରେ ପହଞ୍ଚୁଥୁଲା । ସେଠାରେ ମଶାଲକୁ ସ୍ବା କରିବା ପାଇଁ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧୁକାରୀ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ବୁଦ୍ଧିଜୀବୀ,ଶ୍ରଦ୍ଧାଳୁ ଓ ଗଣମାଧ୍ୟମର ପ୍ରତିନିଧୂ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *