Spread the love

ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀନଅର ସମ୍ମୁଖ ରଥଖଳା । ତିନି ରଥର ବିଶ୍ଵକର୍ମା ମାନେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି । ତୁମ୍ବ ନିର୍ମାଣରେ ଲାଗିଛନ୍ତି ବିଶ୍ଵକର୍ମା ମହାରଣା । ତିନି ରଥ ପାଇଁ ୪୨ଟି ତୁମ୍ବ ଗୋଲେଇ ସଂପୂର୍ଣ୍ଣ ଶେଷ ହୋଇଛି ।

ଆଜି ତୁମ୍ବରେ ବିନ୍ଧ ଅନୁକୂଳ ହୋଇଛି । ବିଶ୍ଵକର୍ମା ମହାରଣା ମାନେ ନଡ଼ିଆ,ମହାର୍ଦ୍ଧ ରଖି ଏହି ବିନ୍ଧ ଅନୁକୂଳ କରିଥିଲେ। ତିନି ରଥର ମୁଖ୍ୟ ବିଶ୍ଵକର୍ମା ବିନ୍ଧ ଅନୁକୂଳ କରିବା ପରେ ଆଜି ଠାରୁ ବିନ୍ଧ ଖୋଦେଇ ଆରମ୍ଭ ହୋଇଛି ।ପ୍ରତ୍ୟେକ ତୁମ୍ୱରେ ମହାରଣା ସେବକମାନେ ଗତକାଲି ସୂତା ବାଡିଆ ଅର୍ଥାତ୍ ତୁମ୍ବରେ ବିନ୍ଧ ଖୋଦେଇ ମାପ ଅନୁସାରେ ଦାଗ ଦେବା କାର୍ଯ୍ୟ ଶେଷ କରିଥିଲେ । ଆଗାମୀ ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ତିନି ରଥର ଅଖ ଚକ ଡେରା ବିଧି ହେବ । ଆସନ୍ତା ନୃସିଂହ ଚତୁର୍ଦ୍ଦଶୀରୁ ଗୁଜ ଅନୁକୂଳ ହେବା ସହ ଭୋଈ ସେବକମାନେ ଯନ୍ତାଗାଡ଼କୁ ପ୍ରସ୍ତୁତ କରିବେ । ଯନ୍ତା ଗାଡରେ ତୁମ୍ୱ ବିନ୍ଧ ସହ ଅର ସଂଯୋଗ କାର୍ଯ୍ଯ କରାଯିବ ।


Leave a Reply

Your email address will not be published. Required fields are marked *