Spread the love

ମୂଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ଦଳ ବ୍ୟାପକ ପ୍ରସ୍ତୁତି କରୁଛନ୍ତି। ଉଭୟ ଗୃହର ବିରୋଧୀ ସାଂସଦମାନେ ଏହି ପ୍ରସଙ୍ଗରେ ଏକଜୁଟ ହୋଇଛନ୍ତି । ୧୨୦ ଲୋକସଭା ସାଂସଦ ଏବଂ ୬୦ ରାଜ୍ୟସଭା ସାଂସଦ ମହାଭିଯୋଗ ପ୍ରସ୍ତାବ ଆହ୍ଵାନ କରି ଏକ ନୋଟିସ୍‌ରେ ସ୍ୱାକ୍ଷର କରିଛନ୍ତି।

ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯାନର ନେତୃତ୍ୱ ନେଉଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦଙ୍କ ଦ୍ବାରା ଅଣାଯାଇଛି। ତୃଣମୂଳ କଂଗ୍ରେସ ରାଜ୍ୟସଭା ନେତା ଡେରେକ୍ ଓ ବ୍ରାଏନ୍ କହିଛନ୍ତି, ଆମର ରାଜନୈତିକ ଏବଂ ଆଇନଗତ ଲଢ଼େଇ ସଂସଦ ଭିତରେ ତଥା ବାହାରେ ଜାରି ରହିବ।

ଆଗାମୀ ଦିନରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟର ଶାସକ ଦଳ ଏସ୍‌ଆଇଆର୍ ପ୍ରକ୍ରିୟାକୁ ନେଇ ନିର୍ବାଚନ କମିସନରଙ୍କ ବିରୋଧରେ ସ୍ୱର ଉଠାଇଛି। ଶୁକ୍ରବାର ସୁଦ୍ଧା ନୋଟିସ୍‌ର ଦୁଇଟି ପୃଥକ କପି ଲୋକସଭା ଏବଂ ରାଜ୍ୟସଭାରେ ଦାଖଲ କରାଯିବ । ବିରୋଧୀ ଦଳଗୁଡ଼ିକ ଜ୍ଞାନେଶ କୁମାରଙ୍କ ବିରୋଧରେ ସାତଟି ନିର୍ଦ୍ଦିଷ୍ଟ ଅଭିଯୋଗ ତାଲିକାଭୁକ୍ତ କରିଛନ୍ତି । ସେଥି ମଧ୍ୟରେ ଭେଦଭାବପୂର୍ଣ୍ଣ ଆଚରଣ, ନିର୍ବାଚନ ଜାଲିଆତିର ତଦନ୍ତରେ ଜାଣିଶୁଣି ବାଧା ସୃଷ୍ଟି କରିବା ଏବଂ ଏସ୍‌ଆଇଆର୍‌ ମାଧ୍ୟମରେ ବହୁ ସଂଖ୍ୟକ ଲୋକଙ୍କୁ ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ କରିବା ଆଦି ରହିଛି।

Leave a Reply

Your email address will not be published. Required fields are marked *