Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଝରକା ତାଡି ସରକାରୀ ଶ୍ରେଣୀଗୃହ ପାଲଟିଛି ଧାନ ଖଳା

(ଜେ. ବି. ଏନ୍) ୦୩/୦୪/୨୦୨୧ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ଏକ ସ୍କୁଲ ଗୃହ ପାଲଟିଛି ଧାନ ଖଳା।

ସୂଚନା ମୁତାବକ ବଅଁରପାଳ ଗଡସନ୍ତ୍ରୀ ଗ୍ରାମ ରେ ଥିବା ସରକାରୀ ୟୁପି ସ୍କୁଲ୍ ରେ କିଛି ଅସାଧୁ ଚରଣ ବ୍ୟକ୍ତି ସ୍କୁଲ୍ ର ଏକ ଶ୍ରେଣୀଗୃହ ଝରକା ଭାଙ୍ଗି ଶ୍ରେଣୀଗୃହ ଭିତରେ ଧାନ ଶୁଖାଇ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।ସ୍କୁଲ୍ ର ରକ୍ଷଣା ବେକ୍ଷଣ ରେ ଥିବା କର୍ତ୍ତୃପକ୍ଷ ଙ୍କୁ ଏବିଷୟରେ ଜଣା ଅଛି କି ନାହିଁ କି ଜାଣିଶୁଣି ଏପରି ପ୍ରହସନ ଦିଆଯାଇଛି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏଥିପ୍ରତି ସ୍କୁଲ୍ କର୍ତ୍ତୃପକ୍ଷ ଏବଂ ପ୍ରଶାସନର ପକ୍ଷରୁ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।