Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଝୋଲ୍ହାସାହି ମହାଦେବ ପୁଜା କମିଟିର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ 

 

ଜେ ବି ଏନ, ୨୯/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ୍ତ କୁମାର ଘଡେଇ), କଟକ : ଆଜି ତା ୨୯/୦୧/୨୦୨୧ ରିଖ ଅପରାହ୍ନ ରେ କଟକସ୍ଥିତ ଝୋଲ୍ହାସାହି ମହାଦେବ ପୁଜା କମିଟିର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ଏହି ନିର୍ବାଚନ ରେ ସଭାପତି ଭାବରେ ଡା.ନିହାର ରଞ୍ଜନ ନନ୍ଦ, ଉପ-ସଭାପତି ଶ୍ରୀ ବିଶ୍ବରଞ୍ଜନ ମିଶ୍ର, ସଂପାଦକ ଶ୍ରୀ ଲକ୍ଷ୍ମୀଧର ମହାରଣା, ଅଧୂକାରୀ ଶ୍ରୀ ସରୋଜ ସ୍ବାଇଁ ପ୍ରମୂଖ ନିର୍ବାଚିତ ହୋଇଥିବା ର ସୂଚନା ମିଳିଛି। ପୂର୍ବରୁ ଶ୍ରୀ ଲକ୍ଷ୍ମୀଧର ମହାରଣା ୨୨ବର୍ଷ ଧରି ଏହି ପୁଜା କମିଟି ରେ ସଂପାଦକ ରହି ବହୁ ଉନ୍ନତି ମୁଳକ କାର୍ଯ୍ୟ କରି ପ୍ରଂଶସିତ ହୋଇଥିବା ବେଳେ ଆଜିର ଏହି ଅବସରରେ ତାଂକୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନ୍ନିତ କରାଯାଇଥିଲା। ଏହି ଅବସରରେ ଶ୍ରୀ ମହାରଣା ସାହିର ଉନ୍ନତି ଲାଗି ପ୍ରତିଶ୍ରୁତି ଭାଷଣ ମାଧ୍ଯମ ରେ ପ୍ରଦାନ କରିଥିଲେ।