Spread the love

ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଏନ୍. ଚନ୍ଦ୍ରଶେଖରନଙ୍କ ଇସ୍ତଫା

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍ ଅଗଷ୍ଟ ୧୨, ୨୦୨୬ରେ ତାଙ୍କ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ଟାଟା ଗ୍ରୁପ୍‌ର ଶୀର୍ଷ ପରିଚାଳନାରେ ଏହି ପରିବର୍ତ୍ତନକୁ ନେଇ ଶିଳ୍ପ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚନ୍ଦ୍ରଶେଖରନଙ୍କ ଇସ୍ତଫା ଟାଟା ସନ୍ସର ଭବିଷ୍ୟତ ନେତୃତ୍ୱକୁ ନେଇ ନୂଆ ପ୍ରଶ୍ନ ଉଠାଇଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀରେ ଟାଟା ସନ୍ସ ବୋର୍ଡ ଚନ୍ଦ୍ରଶେଖରନଙ୍କୁ ପୁନର୍ବାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବା ସମ୍ପର୍କିତ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲା। ଏହା ପରେ ତାଙ୍କ ନେତୃତ୍ୱ ନେଇ କର୍ପୋରେଟ୍‌ ମହଲରେ ଆଲୋଚନା ଜୋର ଧରିଥିଲା।

ଏବେ ଅଧ୍ୟକ୍ଷ ପଦରୁ ଚନ୍ଦ୍ରଶେଖରନଙ୍କ ଇସ୍ତଫା ଟାଟା ଗ୍ରୁପ୍‌ର ଆଗାମୀ ନେତୃତ୍ୱ ଓ ରଣନୀତିକ ଦିଗକୁ ନେଇ ଗୁରୁତ୍ୱ ବହନ କରୁଛି।

— ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *