Spread the love

ନୁଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପରେ ଭାରତ ପୁଣିଥରେ ପାକିସ୍ତାନକୁ ଧୁଳି ଚଟାଇଛି। ଟିମ ଇଣ୍ଡିଆ ୬୧ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୭୫ ରନ କରିଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ମାତ୍ର ୧୧୪ ରନ କରି ସମସ୍ତ ୱିକେଟ ହରାଇଥିଲା। ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଈଶାନ କିଶାନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା।

ଇଶାନ କିଶାନ ୪୦ ବଲରୁ ୧୦ ଚୌକା ଏବଂ ୩ ଛକା ସହାୟତାରେ ୭୭ ରନ କରିଛନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯ ବଲରେ ୩୨ ରଣ କରିଥିବା ବେଳେ ତିଲକ ବର୍ମା ୨୪ ବଲରେ ୨୫ ରନ, ଶିବମ ଦୁବେ ମଧ୍ୟ ୧୭ ବଲରୁ ଗୁରୁତ୍ୱପୂର୍ଣ୍ଣ ୨୭ ରନ କରିଛନ୍ତି। ଏହା ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ସର୍ବାଧିକ ସ୍କୋର।

ପାକିସ୍ତାନ ପାଇଁ ସିୟାମ ଆୟୁବ ୪ ଓଭରରେ ୨୫ ରନ ଦେଇ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ଉସମାନ ତାରିକ ଚାରି ଓଭରରେ ୨୪ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ।

ପାକିସ୍ତାନ ପକ୍ଷରୁ ଉସମାନ ଖାନ ସର୍ବାଧିକ ୪୪ ରନ କରିଥିବା ବେଳେ ଶହୀନ ଆଫ୍ରିଦୀ ୨୩* ରନ କରିଥିଲେ।

ଭାରତ ପାଇଁ ବୋଲିଂ କରି ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଏବଂ ଜସପ୍ରିତ ବୁମରାହ ୨ ଟି ଲେଖାଏଁ ୱିକେଟ ନେଇଥିଲେ।

ଏହି ବିଜୟ ସହିତ ୨୦୨୬ ଟି-୨୦ ବିଶ୍ଵକପରେ ଭାରତସୁପର-୮ ରେ ନିଜର ସ୍ଥାନ ସୁରକ୍ଷିତ କରିଛି।

Leave a Reply

Your email address will not be published. Required fields are marked *