ଟ୍ରାକ୍ଟର ଧକ୍କାରେ ଓଲଟିଲା ଅଟୋ,ବୃଦ୍ଧା ମୃତ ,୫ ଆହତ
ଟ୍ରାକ୍ଟର ଧକ୍କାରେ ଏକ ପାସେଞ୍ଜର ଅଟୋ ଓଲଟି ପଡିଛି।ଏହି ଦୁର୍ଘଟଣାରେ ଜଣେ ବୃଦ୍ଧା ଙ୍କର ମୃତ୍ୟୁ ଘଟିଥିବାବେଳେ ଚାଳକ ସମେତ ୫ଜଣ ଗୁରୁତର ହୋଇଛନ୍ତି।ମୃତକ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଗୈାଡଚମ୍ପେଇ ଗ୍ରାମର ସ୍ବର୍ଗତଃ ଆଟାଣ ଜୁଆଙ୍ଗ ଙ୍କ ସ୍ତ୍ରୀ ସାଧବାଣୀ ଜୁଆଙ୍ଗ(୭୫)।ଗୁରୁତର ମାନେ ହେଲେ ଅଟୋ ଚାଳକ ଉପରକାଇପୁର ଗ୍ରାମର ପ୍ରଫୁଲ୍ଲ ବେହେରା ଙ୍କ ପୁଅ କୁଳମଣୀ ବେହେରା(୩୦),ଗୈାଡଚମ୍ପେଇ ଗ୍ରାମର ସ୍ବର୍ଗତଃ ଜୁଝାର ଜୁଆଙ୍ଗ ଙ୍କ ସ୍ତ୍ରୀ ଯାତ୍ରୀ ଜୁଆଙ୍ଗ(୮୫),ସ୍ବର୍ଗତଃ ରୟା ଜୁଆଙ୍ଗ ଙ୍କ ପୁଅ ମଙ୍ଗୁ ଜୁଆଙ୍ଗ(୧୬),ଗୋପବନ୍ଧୁ ଜୁଆଙ୍ଗ ଙ୍କ ସ୍ତ୍ରୀ ଯୋଶଦା ଜୁଆଙ୍ଗ(୪୦),ସ୍ବର୍ଗତଃ ପଠାଣ ଜୁଆଙ୍ଗ ଙ୍କ ସ୍ତ୍ରୀ ଘାସିଆ ଜୁଆଙ୍ଗ(୩୫)।ଘଟଣାରୁ ପ୍ରକାଶଯେ,ଆଜି ସମସ୍ତେ ରାସନ ଆଣିବାକୁ ଉପରକାଇପୁର ପଞ୍ଚାୟତକୁ ଯାଇଥିଲେ।ମହୁଲଖୋଲ ନିକଟରେ ଏକ ଡ୍ରାକ୍ଟର ସାଇଟ ମାରିବାରୁ ପାସେଞ୍ଜର ଅଟୋ ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା।ତୁରନ୍ତ ଗୁରୁତର ମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।ଚିକିତ୍ସାଧିନ ଅବସ୍ଥାରେ ସାଧବାଣୀ ଙ୍କ ମୃତ୍ୟୁ ଘଟିଛି।ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛି।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍
