ମଧ୍ୟାହ୍ନଭୋଜନ ପାଚିକା ସହାୟୀକା ମାନଙ୍କ ବିକ୍ଷୋଭ
ଆଜି କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ମଧ୍ୟାହ୍ନଭୋଜନ ପାଚିକା ସହାୟୀକା ମାନେ । ସହରର କାଳିପଡ଼ିଆ ଠାରୁ ଶହ ଶହ ସଂଖ୍ୟାରେ ପାଚିକା ସହାୟିକା ମାନେ ବିରାଟ ପଟୁଆରରେ ଆସି ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶିକ୍ଷାଅଧିକାରୀଙ୍କୁ ଏକ ୯ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ମଧ୍ୟାହ୍ନଭୋଜନ କର୍ମଚାରୀ ସଂଘ ର ରାଜ୍ୟ କମିଟି ର କାର୍ଯ୍ୟକାରୀ ସଭାପତି ଶ୍ରୀ ଇନ୍ଦ୍ରମଣୀ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ ହେବା ସହିତ ରାଜ୍ୟ ସରକାର ଯଦି ଏହି ସମସ୍ତ ଦାବୀ ଗୁଡିକୁ ପୁରାଣ ନକରନ୍ତି ତାହାହେଲେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ଶ୍ରୀ ବେହେରା ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍
