oplus_0
Spread the love

*ଡଃ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ସର୍ବ ଦଳୀୟ ଶ୍ରଦ୍ଧାଞ୍ଜଳି ସଭା।*

ବଅଁରପାଳ,୨୬/୩ – ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦକ୍ଷ୍ୟ ରାଜ ନୀତିଜ୍ଞ ଡଃ ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ଆଜି ବଅଁରପାଳ ସବେରା ମଣ୍ଡପ ଠାରେ ବିଶିଷ୍ଟ ସାମାଜ ସେବୀ ଗଙ୍ଗାଧର ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଶ୍ରଦ୍ଧାଞ୍ଜଳି ଦେବା ପରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ, ଏହି ସଭାରେ ମଙ୍ଗଳପୁର ଗଗନ ରାଉତ ସରପଞ୍ଚ ଖଡକପ୍ରସାଦ ସରପଞ୍ଚ ରିନା ବେହେରା, କୁଶୁପଙ୍ଗା ସରପଞ୍ଚ ଓଡ଼ାପଡ଼ା ମଣ୍ଡଳ ସଂଗଠକ ରବିନାରାୟଣ ସାହୁ, ବୁଢାପଙ୍କ ପୁର୍ବତନ ସରପଞ୍ଚ ଉତ୍ସବ ଦେହୁରୀ, ନୂଆହତା ସରପଞ୍ଚ ଙ୍କ ପ୍ରତିନିଧି ଅଶୋକ ଧିର, ସମାଜ ସେବୀ ମହେଶ୍ଵର ବେହେରା, ସବିତା ନାଏକ, ପ୍ରକାଶ କୁମାର ସିଂହ, ଯୁବ ନେତା ଅରୁଣାଭ ସିଂହ, ନରେନ୍ଦ୍ର କୁମାର ସାହୁ, ବିନୋଦ କୁମାର ସାହୁ, କଳ୍ପତରୁ ମହାନ୍ତି, ଇନ୍ଦ୍ର ମଣି ସ୍ୱାଇଁ, ପ୍ରମୂଖ ଯୋଗଦେଇ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ ସ୍ମୃତି ଚାରଣ କରିଥିଲେ, ଅନ୍ୟତମ ଅତିଥି ଗଙ୍ଗାଧର ସାମଲ ତାଙ୍କ ସ୍ମୃତି ଚାରଣ କରି କହିଥିଲେ ସ୍ୱର୍ଗୀୟ ଦେବେନ୍ଦ୍ର ବାବୁ ଜଣେ ଅମାୟିକ, ସରଳ ଲୋକଥିଲେ ସେ ଜଣେ ନିର୍ବାଦିୟ ନେତା ଥିଲେ, ତାଙ୍କ ବିୟୋଗରେ ଅଭିଭକ୍ତ ଢେଙ୍କାନାଳ ଜିଲ୍ଲା ତଥା ଭାରତ ବର୍ଷ ଏକ ଆଦର୍ଶ ନେତାଙ୍କୁ ହରାଇଲା, ଏହି ସଭାରେ ବଅଁରପାଳ ବ୍ଲକର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ, ସଭାକୁ ସାମ୍ବାଦିକ ଜୟନ୍ତ ନାଥ ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *