Spread the love

ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ସହଧମିଣୀ ଙ୍କୁ ଡାକ୍ତର ବାବୁ ପୁସ୍ତକ ପ୍ରଦାନ କଲେ ଏହାର ରଚୟିତା କାଳନ୍ଦି ସାମଲ

ତାଳଚେର :ତା ୨୧/୦୩ : ଓଡିଶା ବିଜେପି ର ପ୍ରାଣ ପ୍ରତିଷ୍ଠାତା ତଥା ପ୍ରାକ୍ତନ ବିଜେପି ର ରାଜ୍ୟ ସଭାପତି ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦୁଇ ଦିନ ପୂର୍ବେ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମ ରେ ଭାରତ ସରକାର ଙ୍କର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ପ୍ରାକ୍ତନ ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ଦ୍ୱାରା ବିଶିଷ୍ଟ ଉପନ୍ୟାସିକ ତଥା ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ଦ୍ୱାରା ରଚିତ ପୁସ୍ତକ ଡାକ୍ତର ବାବୁ ଉନ୍ମୋଚିତ ହୋଇଥିଲା |ଆଜି ଗୁରୁବାର ଉକ୍ତ ପୁସ୍ତକ କୁ ଏହାର ରଚୟିତା କାଳନ୍ଦି ସାମଲ ତାଳଚେର ଦିନଦୟାଲ ନଗର ଠାରେ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ସହଧର୍ମିଣୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କୁ ଭେଟି ପ୍ରଦାନ କରିଛନ୍ତି |ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବରୁଣ କୁମାର ସାହୁ, ପ୍ରଶାନ୍ତ ନନ୍ଦ, ସହଦେଵ ସାହୁ, ନରେଶ ଚନ୍ଦ୍ର ବେହେରା, ଅଖିଳ ସାମଲ, ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *