Spread the love

ଡାଇରିଆ ୱାର୍ଡରେ ଦୁର୍ଗନ୍ଧ, ଠିକ ଭାବରେ ସଫା ହେଉନି ଶୌଚାଳୟ, ରୋଗୀ ମାନଙ୍କ ପ୍ରତି ଷ୍ଟାଫଙ୍କ ଦୁର୍ବ୍ୟବହାର, ବଦଳାଯାଉନି ବେଡ଼ସିଟ, ନିମ୍ନ ମାନର ଖାଦ୍ୟ, ଆମ୍ ଆଦମୀ ପାର୍ଟିର ଆନ୍ଦୋଳନ ଚେତାବନୀ

ଢେଙ୍କାନାଳ : ଆଜି ପୂର୍ବାହ୍ନରେ ଆମ୍ ଆଦମୀ ପାର୍ଟିର ସଦସ୍ୟ ମାନେ ଡାଇରିଆ ୱାର୍ଡ ପରିଦର୍ଶନ କରି ଦେଖିଥିଲେ ୱାର୍ଡରେ ଦୁର୍ଗନ୍ଧ, ଠିକ ଭାବରେ ସଫା ହେଉନି ଶୌଚାଳୟ, ବଦଳାଯାଉନି ବେଡ଼ସିଟ ଓ ରୋଗୀମାନେ ନିମ୍ନ ମାନର ଖାଦ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ l ସରକାରଙ୍କ ତରଫରୁ ପ୍ରତ୍ୟହ ଖାଦ୍ୟ ସୁଚିର ତାଲିକା ଟଙ୍ଗା ଯାଇଛି ଓ କେଉଁ ଦିନ କେଉଁ ରଙ୍ଗର ବେଡ଼ସିଟ ରୋଗୀଙ୍କ ପାଇଁ ବିଛାଯିବ ତାର ତାଲିକା ମଧ୍ୟ ଟଙ୍ଗା ହୋଇଛି l ରୋଗୀ ଏବଂ ସମ୍ପର୍କୀୟ ମାନେ ସୁଷମ ଖାଦ୍ୟ ପାଇଁ ଆପତ୍ତି କରିଥିଲେ ଓ ପ୍ରତ୍ୟେକ ଦିନ ବେଡ଼ସିଟ ବଦଳାଯିବା ପାଇଁ ଅଭିଯୋଗ କରିଥିଲେ l ରୋଗୀମାନଙ୍କର କିଛି ସମସ୍ୟା ହେଲେ କେବଳ ଟ୍ରେନିଂ ପିଲାମାନେ ବୁଝନ୍ତି l ସରକାରୀ ଷ୍ଟାଫ ନର୍ସ ମାନଙ୍କର ଖାମଖିଆଲି ନୀତି l ଯିଏ ଅଭିଯୋଗ କରିବ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଜବରଦସ୍ତି ପଠାଇ ଦିଅନ୍ତି l ତେଣୁ ଭୟରେ କେହି ଆପତ୍ତି ଅଭିଯୋଗ କରନ୍ତି ନାହିଁ l ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ବେଡ଼ସିଟ ବଦଳାଇବା ତାଲିକା ସରକାରଙ୍କ ତରଫରୁ ଟଙ୍ଗା ହୋଇଛି କିନ୍ତୁ କାମରେ ଲଗାଉ ନାହାନ୍ତି l ଗତ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଜିତିଲେ ସ୍ୱାସ୍ଥ୍ୟ ସେବାରେ ଆମୁଳଚୁଳ ପରିବର୍ତ୍ତନ କରିବ ବୋଲି ବିଭିନ୍ନ ପ୍ରତିଶୃତି ଦେଇଥିଲା l ମାତ୍ର ତାହା ତାଲିକାରେ ରହିଗଲା ଏବଂ ରଙ୍ଗ ଓ ନାମ ପରିବର୍ତ୍ତନରେ ରହିଗଲା l ସଫେଇ କାର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି l ଷ୍ଟାଫ ନାହାନ୍ତି କି ସଫେଇ ସାମଗ୍ରୀ ନାହିଁ ବୋଲି ଅଭିଯୋଗ କରିଛନ୍ତି ଉପସ୍ଥିତ କର୍ମଚାରୀ l ସେହିପରି ଆଇଡ଼ି ୱାର୍ଡର ଶୌଚାଳୟ ଅନେକ ଦିନ ଠାରୁ ଖରାପ ହୋଇ ତାଲା ପଡ଼ିଛି l ମହିଳା ରୋଗୀ ମାନେ କାହାର ଗୋଡ଼ କଟିଛି ତ କାହାର ହାତ ବନ୍ଧା ହୋଇଛି ସେମାନେ ଅନ୍ୟ ୱାର୍ଡର ଶୌଚାଳୟକୁ ଯିବାପାଇଁ ଅସମର୍ଥ l ବଡ଼ କଷ୍ଟରେ ସେମାନେ ଝାଡ଼ା ପରିସ୍ରା ଯାଉଛନ୍ତି l ଏଠାରେ ସମ୍ପୂର୍ଣ୍ଣ ଦାୟୀତ୍ୱହୀନତା ବାରି ହେଉଥିବା ବେଳେ ଉତ୍ତରଦାୟୀତ୍ୱ କାହାର ନାହିଁ l ସ୍ୱାସ୍ଥ୍ୟ ଏବଂ ପରିମଳ ବାବଦରେ ସରକାର ଆମ ଟିକସରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଜନସାଧାରଣଙ୍କୁ ବଡ଼ ବଡ଼ ସ୍ବପ୍ନ ମଧ୍ୟ ଦେଖାଉଛନ୍ତି l ଏହା କେବଳ କାଗଜ କଲମ ଓ ପ୍ରଚାର ପ୍ରସାରରେ ରହିଯାଉଛି l ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ହସ୍ପିଟାଲ ମ୍ୟାନେଜରଙ୍କ ସହିତ ଫୋନରେ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ମୁଁ ସବୁ ଦେଖି ସମାଧାନ କରିବି l ଗତ ୨୫ ଜୁଲାଇ ଶୁକ୍ରବାର ଦିନ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଅନ୍ୟ ସମସ୍ତ ଅଧିକାରୀ ମାନଙ୍କୁ ହସ୍ପିଟାଲରେ ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ତାଗିଦ କରି ଆସିଥିଲl ପରେ ମଧ୍ୟ ପୁଣି ଏପରି ଅବ୍ୟବସ୍ଥା l ଏହି ହେୟଜ୍ଞାନର ଅର୍ଥ ହେଉଛି ଯେ ଏମାନେ ହସ୍ପିଟାଲକୁ ଲୁଟି ଖାଇବେ ଏବଂ ନେତା ମନ୍ତ୍ରୀ ମାନଙ୍କୁ ଖୋଇବେ l ନିଶ୍ଚିତ ଭାବରେ ଆମ ନେତା ମନ୍ତ୍ରୀ ମାନେ ଏମାନଙ୍କୁ ପ୍ରତ୍ୟକ୍ଷ ହେଉ ବା ପରୋକ୍ଷ ଭାବରେ ସୁରକ୍ଷା ଦେଉଛନ୍ତି l ଏହିପରି ଅବ୍ୟବସ୍ଥାର ସମାଧାନ ନହେଲେ ଆଗାମୀ ଦିନରେ ସେହି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ନଗର ସଭାପତି ଦେବାଶିଷ ନନ୍ଦ, ଅଭିମନ୍ୟୁ ଦଳେଇ ପ୍ରମୁଖ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *