Spread the love

ଢେଙ୍କାନାଳରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ସହରସ୍ଥ ମିନି ଷ୍ଟାଡିୟମ୍ ପରିସରରେ ମଙ୍ଗଳବାର ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବାଜିଚୌକଠାରୁ ନେତା ଓ କର୍ମୀମାନଙ୍କ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ସଭାସ୍ଥଳରେ ପହଞ୍ଚିଥିଲା ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାର୍ଯ୍ୟର ସୁଫଳ ସମସ୍ତଙ୍କ ପାଖରେ କିଭଳି ପହଞ୍ଚି ପାରବ କର୍ମୀମାନେ ସେ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଓ କେନ୍ଦ୍ର ଅବହେଳା ନେଇ ଲୋକଙ୍କୁ ସଚେତନତା କରିବାକୁ ସଂକଳ୍ପ ନେବାପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।

 

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ରାଜ୍ୟ ସଂପାଦକ ହର୍ଷବର୍ଦ୍ଧନ ସିଂହଦେଓ, ଓଏଫ୍ଡିସିର ଉପଦେଷ୍ଟା ଦେବୀପ୍ରସାଦ ଭୂତିଆ, ବିଜେଡି ନେତା ଲକ୍ଷ୍ମୀଧର ସାହୁ, ମହିଳା ସଭାନେତ୍ରୀ ସାଗରିକା ମିଶ୍ର, ନଗର ସଭାପତି ଇନ୍ଦ୍ରମଣୀ ବେହେରା, ନଗର କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ପଣ୍ଡା, ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁରଙ୍କ ସମେତ ଅନ୍ୟମାନେ ଉଦ୍ବୋଧନ ଦେଇ ସରକାରଙ୍କ ସଫଳତା ବଖାଣିବା କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ବିଜେଡି କୃଷକ ସେଲ୍ ସଭାପତି ନରୋତ୍ତମ ସାହୁ ଓ ସାଧାରଣ ସଂପାଦକ ଦେବାଶିଷ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।

By

Leave a Reply

Your email address will not be published. Required fields are marked *