Spread the love

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ମାଘ ମାସ ପୂର୍ଣ୍ଣିମା ଦିନ ବିଶେଷ ନୀତି ପାଳିତ। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ତୁଳସୀ ହାର, ଫୁଲ ହାର ଲାଗି ହୋଇଥଲା । ବଲ୍ଲଭ ଭୋଗ ଲାଗି, ଦଶଟା ବେଳେ ଖେଚୁଡ଼ି ଭୋଗ,ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ ପରେ ଠାକୁରଙ୍କୁ ଗଜ ଉଦ୍ଧାରଣ ବେଶ କରାଯାଇଥିଲା। ବେଶ ବେଳେ ବୋମ ଫୁଟା ଯାଇଥିଲା। ଜଗନ୍ନାଥ ଙ୍କ ପଦ୍ମ ବେଶ କରାଯାଇଥିଲା। ସଂଧ୍ୟା ବେଳେ ଆଳତୀ, ରାତ୍ର ରେ ରାତ୍ର ଧୂପ, ପହଡ଼ ପଡ଼ିବ। ପୂଜକ ମନସୁମନ୍ ମିଶ୍ର, ଶିବଶ୍ଚ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମୋହନ ମହାପାତ୍ର, କାହାଳୀଆ ଟିକନ ବେହେରା ଓ ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ରେ ଏହି ଗଜ ଉଦ୍ଧାରଣ ବେଶ ନୀତି ପାଳିତ ହୋଇଯାଇଛି । ଏହି ଗଜ ଉଦ୍ଧାରଣ ବେଶରେ ଶ୍ରୀ ଭୂଜ୍ଜ, ଶ୍ରୀ ପୟର, ଶଙ୍ଖ, ଗଦା, ଚକ୍ର, ଆୟୁଧ, କିରୀଟ, କଣ୍ଠି ମାଳ, କୁଣ୍ଡଳ ଆଦି ଲାଗି ହୋଇଥିଲା।

Leave a Reply

Your email address will not be published. Required fields are marked *