Spread the love

ହିନ୍ଦୋଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସାତ ମାଇଲ ପାଖରେ ଥିବା ହୋଟେଲ ଓ ଡ଼ି ରେ ହିନ୍ଦୋଳ ର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଗାଁ ର ସଭାପତି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇ ଯାଇଛି.. ଆଜିର ଏହି ସଭାରେ ଵୟୋଜ୍ୟେଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସଭାପତିତ୍ୱ କରିଥିଲେ. ଏଥିରେ ହିନ୍ଦୋଳ ରେ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ କୁ ସାତମାଇଲ ରୁ ଖଜୁରିଆକଟା ମଧ୍ୟରେ ଥିବା ସରକାରୀ ଜାଗାରେ ହେବାପାଇଁ ନିଷ୍ପତ୍ତି ନେଲାପରେ, ଦାବିକୁ ଉପ ଜିଲ୍ଲାପାଳ ତହସିଲଦାର ଜିଲ୍ଲାପାଳ, ବିଧାୟିକା, ସାଂସଦ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଦେବାପାଇଁ ସ୍ଥିର କରାଗଲା..ପ୍ରକାଶ ଥାଉ କି ଭୌଗଳିକ ଦୃଷ୍ଟି କୋଣରୁ ସାତ ମାଇଲ.. ହିନ୍ଦୋଳ ରୁ 12କିଲୋମିଟର ଓ ବଡାଲୁ ରୁ ଠାରୁ 14କିଲୋମିଟର, ମହୀଧରପୁର ଠାରୁ 10କିଲୋମିଟର ଓ ଗଣ୍ଡାନାଲି ଠାରୁ 15କିଲୋମିଟର ଓ ହିନ୍ଦୋଳରେ ଥିବା ରୁଙ୍ଗଟା କମ୍ପାନୀ, ଏମ ଜି ଏମ କମ୍ପାନୀ, ନବ ଭାରତ, ଟାଟା କମ୍ପାନୀ, ମଧ୍ୟ 15କିଲୋମିଟର ପରିଧି ମଧ୍ୟରେ ଆସୁଛି… ତେଣୁ ଗମନାଗମନ ର ସୁବିଧା ଓ ହିନ୍ଦୋଳ ର କେନ୍ଦ୍ର ବିନ୍ଦୁ ସାତ ମାଇଲ ର ଆଖ ପାଖରେ ହେଲେ ହିନ୍ଦୋଳ ବାସି ନିଶ୍ଚିତ ଭାବରେ ଖୁସି ହୋଇ ପାରିବେ.ବୈଠକ ରେ କେତେକ ସଭ୍ୟ କହିଥିଲେ କି ପାଖରେ ଏକ ଆଦର୍ଶ ବିଦ୍ୟାଳୟ ଅଛି, ଯାହା cbse ପାର୍ଟନ ରେ ପଢ଼ାଯାଉଛି.. ତେଣୁ ହିନ୍ଦୋଳ ର ମଧ୍ୟ ସ୍ଥଳୀରେ ଏହା ହେବାକୁ ସମସ୍ତେ ଆଶା ବାନ୍ଧି ରହିଛନ୍ତି.

Leave a Reply

Your email address will not be published. Required fields are marked *