Spread the love

ଢେଙ୍କାନାଳ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ


ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ମା ସିଦ୍ଧ ବାସେଳିଙ୍କ ପିଠରେ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା ମଧ୍ୟାହ୍ନ ବେଳେ ମାଙ୍କର ଷୋଡ଼ଷ ଉପଚାର ରେ ପୂଜା ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ରେ ପଣା ଓ ମା’ଙ୍କ ସମ୍ମାନାରେ ଘୋଡା ନୃତ୍ୟ ପରିବେଷଣ ହୋଇଥିଲା। ଭକ୍ତମାନେ ମା’ଙ୍କ ପିଠରେ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟା ସମୟରେ ମା’ଙ୍କ ଘୋଡାକୁ ବିଭିନ୍ନ ବାଦ୍ୟ,ବାଣ, ରୋଷଣୀ ଦ୍ବାରା ସହର ପରିକ୍ରମା କରାଯାଇଥିଲା ଏଥିରେ ସମସ୍ତ କମିଟି ର କର୍ମକର୍ତ୍ତା ଓ ଭକ୍ତମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମାପନ କରିଥିଲେ

Leave a Reply

Your email address will not be published. Required fields are marked *