Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଢେଙ୍କାନାଳ ସାମ୍ବାଦିକ ସଂଘ ଦ୍ୱାରା ଏକ ଆଲୋଚନା ଚକ୍ର ଅନୁଷ୍ଠିତ

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, (୧୯/୦୩/୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଆଜି ଅପରାହ୍ନ ରେ ଢେଙ୍କାନାଳ ସହରର ଗଣେଶ ବଜାର ଠାରେ ଥିବା ଟାଉନ ହଲ ମଧ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାର ବିଷୟ ବସ୍ତୁ ଥିଲା ଆଞ୍ଚଳିକ ବିକାଶରେ ଗଣମାଧ୍ୟମର ଭୂମିକା । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିରୁପେ ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ ମହୋଦୟ ଯୋଗଦେବା ସହ ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ ପ୍ରଦ୍ୟୁମ୍ନ ରଥ, ଢେଙ୍କାନାଳ ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ ପଟ୍ଟନାୟକ, ସାଧାରଣ ସମ୍ପାଦକ ସତ୍ୟ ସ୍ବରୂପ ଦାସ ପ୍ରମୁଖ ଉପସ୍ଥିତ ।ମୁଖ୍ୟଅତିଥି ଙ୍କ ଦ୍ଵାରା ଦ୍ୱୀପ ପ୍ରଜ୍ବଳନ କରାଯିବା ସହ ବାଗ୍ଦେବୀ ସଙ୍ଗୀତ ସଂଗଠନ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

 

 

ମୁଖ୍ୟଅତିଥିଙ୍କ ଦ୍ୱାରା ବିଭିନ୍ନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଯିବା ସହ ସଂମାନିତ କରାଯାଇଥିଲା ।ବିଭିର୍ଣ୍ଣ କ୍ଷେତ୍ରରେ ସାମ୍ବାଦିକ ମାନଙ୍କର ଆଞ୍ଚଳିକ ସମସ୍ୟା ସମ୍ବନ୍ଧୀୟ ନିର୍ଭୀକର ଲେଖା ଦ୍ୱାରା ସମସ୍ୟା ଗୁଡିକ ସର୍ବସମୁଖ କୁ ଆସିବା ସହ ସେଗୁଡିକ ସମାଧାନ ହୋଇପାରିବ ବୋଲି ସଂଘ ସଭାପତି ମତ ରଖିଥିଲେ । ଏଥି ସହ ସାମ୍ବାଦିକ ମାନଙ୍କୁ ମୁକ୍ତ ଭାବରେ ଲୋକଙ୍କ ସମସ୍ୟାକୁ ସର୍ବସମୁଖ କୁ ଆଣିବାରେ ସରକାର ସହଯୋଗ କଲେ ଆଞ୍ଚଳିକ ଉର୍ଣ୍ଣାତି ସହ ରାଜ୍ୟ ତଥା ଦେଶର ଉର୍ଣ୍ଣାତି ସମ୍ଭବ ହୋଇପାରିବ ବୋଲି ଚର୍ଚ୍ଚା ହୋଇଥିଲା ।