Spread the love

ତମ୍ବା ଛଡ଼ା ଗ୍ରାମାର ବସ୍ତି ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ, ପଚ ପଚା ରାସ୍ତାରେ ଧାନ ରୁଇଲେ ଗ୍ରାମ ବାସୀ ଯାତାୟାତରେ ବାଧାପ୍ରାପ୍ତ


ଧର୍ମଗଡ/୨୦/୮/୨୬/। ଡବଲ ଇଞ୍ଜିନ ସରକାର କହୁଛି ବିକାଶର ଧାରା ଓଡ଼ିଶା ସାରା, ଏ ଭଳି ବିକାଶ ଚିତ୍ର ଦେଖିବାକୁ ମିଳୁଛି ନା ଲୋକଙ୍କ ସମସ୍ୟା ବଢୁଛି, ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି କଲାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଖୋଦ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ନିଜ ଜନ୍ମ ମାଟି ଗାଁରେ, ପୁଣି ଖୋଦ ତମ୍ବା ଛଡ଼ା ଗ୍ରାମାରେ ଗ୍ରାମ ପଞ୍ଚାୟତ ଥିବା ବେଳେ ବର୍ଷା ପାଣିରେ କାଦୁଅ ପଚପଚ ରାସ୍ତାରେ ଲୋକେ ଯାତାୟାତରେ ବାଧାପ୍ରାପ୍ତ ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ପଞ୍ଚାୟତରେ ଅଭିଯୋଗ ହୋଇ ଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟା ନୁଷ୍ଠାନ ହୋଇ ପାରୁ ନାହିଁ ବୋଲି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ଯେ, ଯେଉଁ ଗ୍ରାମରେ ଧର୍ମଗଡ ବିଧାୟକ ଙ୍କ ଜନ୍ମ ସ୍ଥାନ ଅଟେ ସେହି ଗ୍ରାମର ରାସ୍ତା ବିପଦ ସମ୍ମୁଖୀନ ହୋଇଛି, ହେଲେ ନିର୍ଵାଚନ ମଣ୍ଡଳୀରେ କି ଭଳି ବିକାଶ ହେଉଛି ତାହାର ପ୍ରକୃତ ଚିତ୍ର ତମ୍ବା ଛଡ଼ା ଗ୍ରାମରେ ଦେଖା ଦେଇଛି ବୋଲି ପ୍ରବୀର କୁମାର ପଟ୍ଟଯୋଷୀ ଓ ସୁଧାଂଶୁ ସେନାପତି ଶକ ସୁଚନା ଅନୁସାରେ ଗ୍ରାମରେ ଅତି ଜଟିଳ, ଷ୍ଟେଟ ଲାଇଟ ନାହି, ପ୍ରହରୀ ମଣ୍ଡପ ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ, ଏହା ହେଉଛି ତମ୍ବା ଛଡ଼ା ଗ୍ରାମର ବିକାଶ କାର୍ଯ୍ଯ, କାଦୁଅ ରାସ୍ତାରେ ଧାନ ରୁଆ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି, ଏହା ପୁର୍ବରୁ ବିଭିନ୍ନ ଗଣ ମାଧ୍ୟମ ରେ ପରିବେଷଣ ହୋଇ ଥିଲେ ବି ଏ ପର୍ଯ୍ୟନ୍ତ କୌଣସି ପ୍ରସାଶନ ପକ୍ଷରୁ ତଦନ୍ତ କରି ନାହାନ୍ତି,ଯଦିଓ ବିଭଗୀୟ ଅଧିକାରୀ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମି ଦିନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବ ବୋଲି ଚେତାବନୀ ଦେଇଛନ୍ତି, ଏ ନେଇ ତମ୍ବା ଛଡ଼ା କାର୍ଯ୍ୟ ନିର୍ବାହୀ ଅଧିକାରୀ ବ୍ୟାମକୋଷ ବଗର୍ତ୍ତି ସାର ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ଅଳ୍ପ ଦିନ ମଧ୍ୟରେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତି ଶ୍ରୁତି ଦେଇଛନ୍ତି , ହେଲେ ଦେଖିବାକୁ ବାକି ରହିଲା କେବେ ରାସ୍ତା ସମସ୍ୟା ଦୁର ହେବ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋର ଧରିଛି,ଆସନ୍ତୁ ଶୁଣିବା ପ୍ରବୀର କୁମାର ପଟ୍ଟ ଯୋଷି ଓ ସୁଧାଂଶୁ ସେନାପତି

କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ

Leave a Reply

Your email address will not be published. Required fields are marked *