Spread the love

*ପୋଖରୀ ରେ ବୁଡି ଵୃଦ୍ଧାଙ୍କ ମୃତ୍ୟୁ
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ କୁଲେଇ ଗ୍ରାମର ଡିଲେଶ୍ୱର ସାହୁଙ୍କର ଧର୍ମପତ୍ନୀ ବାସନ୍ତୀ ସାହୁ ବୟସ(୭୫) ବର୍ଷ। ଦିନର ୧ଘଣ୍ଟିକ ଟା ସମୟ ରେ କୁଲେଇ ଗ୍ରାମର ଚେପିଟି ବନ୍ଧକୁ ଗାଧେଇବା ପାଇଁ ଯାଇଥିବା ବେଳେ ଘରକୁ ଫେରିନଥିଲେ।ପରିବାର ଲୋକେ ଖୋଜା ଖୋଜି କରିବା ବେଳେ ତାଙ୍କର କେଣସି ଖବର ପାଇନଥିଲେ,ପରିବାର ଲୋକ ଖୋଜା ଖୋଜି କରିବା ପରେ ତାଙ୍କର ମର ଶରୀର ପୋଖରୀରେ ଭାଶୁ ଥିବାର ଦେଖି ସଙ୍ଗେ ସଙ୍ଗେ କଣିହାଁ ଅଗ୍ନିଶମ ବାହିନୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ l ଏବଂ କଣିହାଁ ଅଗ୍ନିଶମ ବାହିନୀ ପଂହଁଚି ମର ଶରୀରକୁ ପାଣିରୁ ଉଦ୍ଧlର କରିଥିଲେ। ସେଠାରେ ଉପସ୍ଥିତ ପାଳଲହଡା ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ଏବଂ କଣିହାଁ ବ୍ଲକ ଅଧକ୍ଷ ଶ୍ରୀମାନ ରାମକୃଷ୍ଣ ପ୍ରଧାନ ଉପସ୍ଥିତ ରହି ମରଶରୀରକୁ ଶବ ଶବବ୍ୟଚ୍ଛେଦ ପାଇଁ ତାଳଚେର ସ୍ଥିତ ମଣ୍ଡାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା । କଣିହାଁରୁ ରିପୋର୍ଟର ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ ,

Leave a Reply

Your email address will not be published. Required fields are marked *