Spread the love

ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ଦେଲା କୃଷକ ସଂଗଠନ

ବରଗଡ:୧୬/୧୦(ପବିତ୍ର ମେହେର)ବରଗଡ ଜିଲ୍ଲା ଅମ୍ବାଭାନା ବ୍ଲକସ୍ଥରୀୟ କେଦାରନାଥ ମନ୍ଦିର ପ୍ରଗଣାରେ ବାରପାହାଡ଼ କୃଷକ ସଂଗଠନ ଏବଂ ବୋରିଙ୍ଗ ଚାଷି ମାନଙ୍କ ବିରାଟ ବିକ୍ଷୋଭ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ସମାବେଶରେ ଏକ ହଜାର ରୁ ଅଧିକ କୃଷକମାନେ ସମବେତ ହୋଇଥିଲେ। ସଭା ପୂର୍ବରୁ ଝାରବନ୍ଧ ବ୍ଲକ ର ସାମ୍ବାଦିକ ରମେଶ ବାରିଙ୍କ ଅକାଳ ମୁତ୍ୟୁ ରେ ଆମର ଆତ୍ମା ସତଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ପରେ ସଂଗଠନ ସଭାପତି ଈଶାନ୍ତ ଭୋଇ ସଭା ପରିଚାଳନା କରିଥିବା ବେଳେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ, ରମେଶ ମହାପାତ୍ର, ଲିଙ୍ଗରାଜ ପଧାନ, ସୁବାସ ପଧାନ, ରବିଶଙ୍କର ପଧାନ, ତପନ ମିଶ୍ର, ସୁରେଶ ନିକେଣ୍ଟି, ଥବିର ସାହୁ ଯୋଗଦେଇ ସଭାକୁ ସମୋଧିତ କରିଥିଲେ। ବକ୍ତାମାନେ ସରକାରଙ୍କ ଟାଟା ପାୱାର କମ୍ପାନୀ ପ୍ରୀତି ଏବଂ କୃଷକମାନଙ୍କ ପ୍ରତି ନିର୍ଦୟତା ନୀତି ପ୍ରସଙ୍ଗରେ କଠୋର ସମାଲୋଚନା କରିଥିଲେ।

ଦିନକୁଦିନ ବିଦ୍ୟୁତ ସମସ୍ୟା ବଡ଼ିବାରେ ଲାଗିଛି ଲୋଭଲ୍ଟେଜ, ଅଘୋଷିତ ବିଦ୍ୟୁତ କାଟ, ସ୍ମାର୍ଟ ମିଟର କମ୍ପାନୀ ମନମୁଖୀ କରି ପେନାଲଟି ପକାଇବା ଚାଷୀମାନେ ଗ୍ରହଣକରିପାରୁନାହିଁ। ସେଥିପାଇଁ ଆଜି ବିରାଟ କୃଷକ ସମାବେଶ କରି ସଭାକରିଥିଲେ ଏବଂ ବିରାଟ ରେଲିରେ ଗ୍ରାମ ପରିକ୍ରମା ପରେ ତହସିଲ ଅଫିସ ପହଞ୍ଚି ତହସିଲଦାର ରଘୁନାଥ ପାଣିଗ୍ରାହୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରଛନ୍ତି। ବକେୟା ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ଼, ଜଳସେଚନ ଆଧାରରେ ବିଦ୍ୟୁତ ବିଲ ସ୍ଥିର କରିବା, ସ୍ମାର୍ଟ ମିଟର ନ ଲଗାଇବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦକରିବା ଏବଂ ବିଦ୍ୟୁତ ପରିଚାଳନା ସରକାର ନିଜେ ଦାୟିତ୍ୱ ନିୟନ୍ତୁ ବୋଲି ଦାବିପତ୍ର ରେ ଉଲ୍ଲେଖ କାରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମନୋହର ପଧାନ, କେଦାର ବେହେରା, ସୌକିଲାଲ ନାୟକ, ଜୟପ୍ରକାଶ ବେହେରା, ରାଜେନ୍ଦ୍ର ଦେହେରୀ, ଇମାନୁଆଲ ଦତ୍ତ ରାଣବୀର, ରାଥୁ ପଟେଲ, ଅଭିମନ୍ୟୁ ପଧାନ, ତ୍ରିଲୋଚନ ଦୁଆନ, ଭୀଷ୍ମଦେବ ଦୁଆନ, ରୋହିତ ଖମାରୀ, ଭୁଜପତି ପଧାନ, ପଞ୍ଚାନନ ପଧାନ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *