Spread the love

ତାଳଚେରରେ ଧନଜୀବନ କେତେ ସୁରକ୍ଷିତ!ଲୁଟେରା ଗ୍ୟାଙ୍ଗ ଖେଳାଇଲେ ଆତଙ୍କ ରାଜ : ପୋଲିସ୍‌ର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ

ତାଳଚେର, ୦୯/୦୭ ତାଳଚେର ଟାଉନ ଥାନା ଠାରୁ ମାତ୍ର ଅଧାକିମି ଦୂରରେ ସହରରେ ସିରିଜ ଲୁଟ୍ । ବିଳମ୍ବିତ ରାତ୍ରୀରେ ଲୁଟେରା ଗ୍ୟାଙ୍ଗ ଖେଳାଇଲେ ଆତଙ୍କ ରାଜ ବାଘୁଆବୋଲ ରେଳଫାଟକ ନିକଟରେ ଫାଙ୍କା ଗୁଳିଚାଳନା ସହ ମାରଣାସ୍ତ୍ର ଦେଖାଇ ପୃଥକ ପୃଥକ ଲୋକଙ୍କ ଠାରୁ ଲୁଟିନେଲେ, ମୋବାଇଲ, କାର, ସୁନାଚେନ ଓ ଲକ୍ଷାଧିକ ଟଙ୍କା ଇତ୍ୟାଦି । ଏହାକୁ ନେଇ ସମଗ୍ର ତାଳଚେର ଅଂଚଳରେ ଚାଚଂଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ, ଗତକାଲି ବିଳମ୍ବିତ ରାତ୍ରୀରେ ଲୁଟେରାମାନେ ବାଘୁଆବୋଲ ରେଳଫାଟକ ପୂର୍ବରୁ ଭିନ୍ନଭିନ୍ନ ଉପାୟରେ ଭିନ୍ନଭିନ୍ନ ଲୋକଙ୍କ ଠାରୁ ଭୂଜାଲି, ପିସ୍ତଲ ଓ ମାରଣାସ୍ତ୍ରମାନ ଦେଖାଇ ୬ରୁ ୭ ଲୁଟେରା ତାଳଚେର ଟାଉନର ସିଂହସାହିରୁ ଦୁଇଭାଇ ସମ୍ବଲପୁରରୁ ତାଳଚେରକୁ ଆସୁଥିବା ବେଳେ ଉକ୍ତ ଲାଇନ୍ ନିକଟରେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେମାନେ ନରହିବାରୁ ତାଙ୍କୁ ଫାଙ୍କା ଗୁଳିଚାଳନା କରିବା ସହ ଟେକାପଥର ମାଡ଼ କରିବାରୁ ତାଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଥିବା ସେମାନେ ଥାନାରେ ଅଭିଯୋଗ କରିଥିଲେ । ପୁନଶ୍ଚ ସେହି ଫାଟକ ନିକଟରେ ଝାଡ଼ଖଣ୍ଡ ବିହାର ଅଂଚଳରରୁ ଅତୁଲ ପ୍ରସାଦ ନାମକ ଯୁବକ ଏକ ଆଇଟେନ୍ କାରରେ ଆସୁଥିବା ବେଳେ ତାଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇଥିଲେ ଓ ସେମାନେ ଭୟଭିତ ହୋଇ ଗାଡ଼ି ଛାଡ଼ି ଦୌଡ଼ି ପଳାଯାଇଥିଲେ । କାର ଭିତରେ ଥିବା ଗୋଟିଏ ଲାପଟପ୍‌, ୨ଲକ୍ଷ ଟଙ୍କା, ସୁନାଚେନ, ବ୍ରେସଲେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ସେଠାରୁ ଫେରାର୍ ହୋଇ ଯାଇଥିଲେ । ସେହିଭଳି ରାଉଲକେଲାରୁ ତାଳଚେର ଆସୁଥିବା ସର୍ପରାଜ୍ ନାମକ ବ୍ୟକ୍ତିଙ୍କୁ ଅଟକାଇ ତାଙ୍କୁ ଭୟଭିତ କରାଇବା ସହିତ ତାଙ୍କ ଠାରୁ ମୋବାଇଲ୍ ପ୍ରାୟ ୭ଶହଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ବେଳେ ସେହିଭଳି ସେବକ ମିଶ୍ରା ନାମକ ବ୍ୟକ୍ତିଙ୍କୁ କଟୁରୀରେ ତାଙ୍କ ହାତକୁ ହାଣି ତାଙ୍କ ନିକଟରୁ ଟଙ୍କାପଇସା ସହ ଅନ୍ୟ ଜିନିଷ ନେଇ ଯାଇଥିବା ଏ ସମସ୍ତ ଘଟଣା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ତାଳଚେର ଟାଉନଥାନା ପୋଲିସ୍‌ର ପାରିବାପଣିଆ ପ୍ରତି ସ୍ପଷ୍ଟବାରି ହୋଇପଡ଼ୁଛି । ତେବେ ତାଳଚେର ଟାଉନ ପୋଲିସ୍ କେଳବ ରାସ୍ତାଘାଟରେ ଦୁଇଚକିଆ ଓ ଚାରିଚକିଆ ଗାଡ଼ିର ଚାଲାଣ କାଟିବାରେ ବ୍ୟସ୍ତ ରହି କେସ୍ ଉପରେ କେସ୍ ବଢ଼ାଇ ବେଶ ମୋଟାଅଙ୍କର ହାତଗୁଞ୍ଜା ନେଇ ମାଲାମାଲ ହେଉଥିବା ବେଳେ ପ୍ରକୃତ ଦୃର୍ବୁତମାନଙ୍କୁ ଧରିବାରେ କାହିଁକି ଦୁର୍ବଳତା ପ୍ରକାଶ କରୁଛି ତାକୁ ନେଇ ଏବେ ତାଳଚେରର ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ତୁରନ୍ତ ତାଳଚେର ଟାଉନ ଥାନରୁ ଏହି ବାବୁଭାୟା ମାନଙ୍କୁ ବଦଳି କରିବାନେଇ ଦାବି ଯୋର ଧରିଛି ।

Leave a Reply

Your email address will not be published. Required fields are marked *