ତାଳଚେରରେ ରାଜନୀତି ଯୋର, କାମ ନାହିଁ
କାଦୁଅ ପଚ ପଚରେ ସରିବାକୁ ବସିଲା ବିଘ୍ନରାଜ୍ଙ୍କ ପୂଜା
ଶ୍ରଦ୍ଧାଳୁ ବାଇପାସ୍ ଛକ ଠାରୁ ୟୁ’ଟର୍ଣ୍ଣ ମାରୁଛନ୍ତି ହାଟତୋଟାକୁ!
ତାଳଚେର, ୨୪/୦୯ ତାଳଚେର କଳାହୀରା ସହରରେ ଚାଲିଥିବା ବିଘ୍ନରାଜଙ୍କ ପୂଜା ଆଉ ମାତ୍ର ଦୁଇଦିନ ପରେ ଶେଷ ହୋଇଯିବ, ଅର୍ଥାତ୍ ୨୬ତାରିଖରେ ପ୍ରଭୂ ଗଜାନନଙ୍କୁ ଭସାଣୀ ଉତ୍ସବରେ ମେଲାଣୀ ଦିଆଯିବ । କିନ୍ତୁ ବଡ଼ଦୁଃଖର କଥା ପୂଜାରମ୍ଭ ଦିନ ଠାରୁ ଶେଷଦିନ ପର୍ଯ୍ୟନ୍ତ ରାସ୍ତାର କୌଣସି ପ୍ରକାର ସୁଧାର ଆସିଲାନି । ଶ୍ରଦ୍ଧାଳୁ ଓ ଭକ୍ତ ପୂଜା ମାହୋଲକୁ ଉପଭୋଗ କରିବାକୁ କଷ୍ଟ ଓ ଯନ୍ତ୍ରଣା ପରିଦ୍ଧି ଭିତରେ ବୁଲାବୁଲି କରି ଦେଖୁଛନ୍ତି । କାହାର ଶାଢ଼ୀ କାଦୁଅ ହୋଇ ଯାଉଛି ତ କାହାର ଗାଡ଼ି ସ୍ଲିପ୍ ହୋଇ ଖସିପଡ଼ୁଛି, ଏପରି ଦୁର୍ଦ୍ଦଶାରେ ମଧ୍ୟ ଶ୍ରଦ୍ଧାଳୁ ହାର୍ନମାନି ଘୂରୀବୁଲି ପୂଜାକୁ ଉପଭୋଗ କରୁଛନ୍ତି । କିଛି କିଛି ଲୋକ ଦୟନିୟ ରାସ୍ତାର ଅବସ୍ଥା ଦେଖି ବାଇପାସ୍ ଛକ ଠାରୁ ୟୁଟର୍ଣ୍ଣ ମାରୁଥିବା ମଧ୍ୟ ଦେଖାଯାଇଛି । ସେମାନଙ୍କର ପ୍ରତିକ୍ରିୟାରେ କହୁଛନ୍ତି ଯେତିକି ହେବ ସେତିକି ଦେଖିବୁ ସାମାନ୍ୟ ବର୍ଷାରେ ରାସ୍ତାର ଦୁର୍ଦ୍ଦଶା ମଧ୍ୟରେ ପଦଯାତ୍ରା କରି ହେବନାହିଁ । ଏବଂ ତାଳଚେର କଲେଜ ପଡ଼ିଆ ପରିସରରେ ପଡ଼ିଥିବା ବିଭିନ୍ନ କିସମର ଦୋଳି ଓ ମୀନାବଜାର ହାଲୁକା ଲାଇଟ୍ରେ ଲୋକେ ଦହଗଞ୍ଜ ହେଉଥିବା ବେଳେ ଚୋରି, ଛିନତାଇର ଭୟ ଲୋକଙ୍କୁ ଘାରୁଛି । କିଛି ଲୋକ ରାତି ପର୍ଯ୍ୟନ୍ତ ପୂଜା ଦେଖିବାକୁ ଅଟକୁ ନାହାନ୍ତି, ଦିନ ଥାଉଥାଉ ଘରକୁ ଲେଉଟି ଯାଉଛନ୍ତି । ଢ଼ଗରେ ଅଛି ‘ଆଲୋ ବଉଳା, ଚରିବୁଲି କି…., ଦିନ ଥାଉ ଥାଉ ଘରକୁ ପଳା’…… । ଏକଥା ଶୁଣିଲେ ଲାଗେ ସତେ, କଳାହୀରା ସହରକୁ ବଡ଼ ଅପମାନ କରାଯାଉଛି ଓ ଗାଲରେ ଶକ୍ତ ଚାପୁଡ଼ା ଖାଇଲା ପରି ମନେ ହେଉଛି । ପୂଜା ମାହୋଲ ତ କମିଟି ମାନଙ୍କ ଦ୍ୱାରା ବେଶ ଜାକଯମରେ ପ୍ରତିଦ୍ୱିନ୍ଦିତା ମୂଳକ ଚାଲିଛି ସେଥିରେ ସନ୍ଦେହ ନାହିଁ । କିନ୍ତୁ ତାଳଚେରର ଦୟନିୟ ଅବସ୍ଥା ଲୋକଙ୍କୁ ଘାୟେଲା କରୁଛି ।
